www.samajalive.in
Wednesday, December 10, 2025
16.1 C
Bhubaneswar

କନ୍ଧମାଳ : ୪ ସ୍ୱାସ୍ଥ୍ୟକେନ୍ଦ୍ର ମିଳିଲା ଆଇଏସଓ ପ୍ରମାଣପତ୍ର

ଫୁଲବାଣୀ:କନ୍ଧମାଳ ଜିଲାର ୩ଟି ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର ଓ ଗୋଟିଏ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିଛି ଆନ୍ତର୍ଜାତୀୟ ଆଇଏସଓ-୯୦୦୧;୨୦୧୫ ପ୍ରମାଣପତ୍ର। ଏହି ୪ଟି ସ୍ୱସ୍ଥ୍ୟକେନ୍ଦ୍ର ହେଲା ଜି.ଉଦୟଗିରି ସିଏଚସି, ଫିରିଙ୍ଗିଆ ସିଏଚସି, ଟିକାବାଲି ସିଏଚସି ଓ ଗୋଛାପଡା ପ୍ରାଥମିକ ସ୍ୱସ୍ଥ୍ୟକେନ୍ଦ୍ର। ଏହା କନ୍ଧମାଳ ଜିଲା ସ୍ୱସ୍ଥ୍ୟ ବିଭାଗ ପାଇଁ ଏକ ଗର୍ବର ବିଷୟ ବୋଲି କୁହାଯାଇଛି। ଆଇଏସଓ ପ୍ରମାଣପତ୍ର ଦେଉଥିବା ଆନ୍ତର୍ଜାତୀୟ ସଂସ୍ଥା ଜିଲାର ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ଅନୁଧ୍ୟାନ କରିବା ପାରେ ଏହି ପ୍ରମାଣପତ୍ର ପ୍ରଦାନ କରିଛନ୍ତି।

 

- Advertisement -

ଏହି ସବୁ କେନ୍ଦ୍ରର ଚିକିତ୍ସା ବ୍ୟବସ୍ଥା, ପରିମଳ ଓ ରୋଗିସେବାକୁ ବିଚାର କରି ଆଇଏସଓ ପ୍ରମାଣପତ୍ର ଦିଆଯାଇଛି ବୋଲି ଜିଲା ମୂଖ୍ୟ ଚିକିତ୍ସାଧିକାରୀ ଡା.ରାଜଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଏହା କନ୍ଧମାଳ ଜିଲା ପାଇଁ ଏକ ଗର୍ବର ବିଷୟ ହୋଇଥିବା ସହ ଏହାଦ୍ବାରା ଅନ୍ୟ ସ୍ବାସ୍ଥ୍ୟ କେନ୍ଦ୍ରମାନେ ମଧ୍ୟ ଉତ୍ସାହିତ ହେବେ ବୋଲି ସେ ଆଶାପ୍ରକାଶ କରିଛନ୍ତି। ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଏହି ସ୍ୱାସ୍ଥୟକେନ୍ଦ୍ରଗୁଡ଼ିକୁ ଅଭିନନ୍ଦନ କରାଯାଇଛି।

Hot this week

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

Related Articles

Popular Categories