ଜଙ୍ଗଲ ଜମି ଅଧିକାରୀ ଆଇନ ସଂପର୍କିତ ଜିଲା ସ୍ତରୀୟ କର୍ମଶାଳା

ଫୁଲବାଣୀ : ରାଜ୍ୟରେ ଲାଗୁ ହୋଇଥିବା ଜଙ୍ଗଲ ଜମି ଅଧିକାର ଓ କନ୍ଧମାଳ ଜିଲାରେ ଏହାର ଅଗ୍ରଗତି ନେଇ ଶୁକ୍ରବାର ଏକ ଜିଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସମନ୍ୱିତ ଆଦିବାସୀ ଉନ୍ନୟନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ କର୍ମଶାଳାରେ କନ୍ଧମାଳ ଜିଲାପାଳ ପାଟିଲ୍ ଆଶୀଷ ଇଶ୍ୱର ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଜଙ୍ଗଲ ଜମି ସମସ୍ୟାକୁ ଆନ୍ତରିକାରତାର ସହିତ ବିଚାର କରି ଅଗ୍ରାଧିକାର ଭିତ୍ତିରେ ଆଦିବାସୀ ମାନଙ୍କୁ ଜମି ହସ୍ତାନ୍ତର କରିବା ପାଇଁ ପରାମର୍ଶ ଦେଇଥିଲେ। ଡିଜିଟାଲ ମ୍ୟାପିଙ୍ଗ ଜରିଆରେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସେ ତହସିଲର  ଆର୍.ଆଇ, ଏଆରଆଇ ଓ ଅମୀନ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଜଙ୍ଗଲ ଜମିରେ ଆଦିବାସୀ ମାନେ ସରକାରଙ୍କ ବିଭିନ୍ନ ଯୋଜନାରେ ଯେଭଳି ଭାବେ ସାମିଲ୍ ହୋଇ ପାରିବେ ସେ ଦିଗରେ ମଧ୍ୟ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲୋ । ବିଶେଷ କରି ଫଳ ସହିତ ମିଶ୍ରିତ ଚାଷ କଲେ ଲାଭାନ୍ୱିତ ହୋଇ ପାରିବେ ବୋଲି ଜିଲାପାଳ ମତ ରଖିଥିଲେ। ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ ଡିଜିଟାଲ ମ୍ୟାପିଙ୍ଗ ଉପରେ ଜୋର ଦେବା ସହ ଆଦିବାସୀ ମାନଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ଅ।।ଣିବା ପାଇଁ ଉପସ୍ଥିତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଜଙ୍ଗଲ ଜମି ଅଧିକାର ଆଇନ ଲାଗୁ କରିବାରେ କନ୍ଧମାଳ ଜିଲାର ସଫଳତା ଓ ଏହାଦ୍ୱାରା ଜିଲାର ଆଦିାବାସୀ ମାନେ ପାଇଥିବା ସୁବିଧା ସୁଯୋଗ ଉପରେ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାଶ ବର୍ଣ୍ଣନା କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସିଏଫ ସୌମ୍ୟରଂଜନ ସାହୁ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରଦାନର ନିରଞ୍ଜନ ମିଶ୍ର, ରାଜସ୍ୱ ଅଧିକାରୀ ଅନୀତା ସାହୁ, ଏଫଆରଏ ବିଶାରଦ ଜିତେନ୍ଦ୍ର କୁମାର ସାହୁ, ସମସ୍ତ ତହସିଲଦାର ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଦ୍ୟନାଥ ଖଟୁଆ , ପ୍ରମୋଦ ଚନ୍ଦ୍ର ବେହେରା , ଦିବ୍ୟ ପଟନାୟକ , ସତ୍ୟ ପ୍ରଧାନ ଓ ଶୁଭଶ୍ରୀ ମହାନ୍ତି ପ୍ରମୁଖ କର୍ମଶାଳା ପରିଚାଳନାରେ ସହଯୋଗ କରିଥିଲେ। ପ୍ରକାଶଯେ, କନ୍ଧମାଳ ଜିଲାର ୧୨ ଟି ବ୍ଳକରେ ୫୭ ହଜାର ୮୧୮ ଜଣଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯିବା ସହିତ ସେମାନଙ୍କ ମଧ୍ୟରୁ ୫୫ ହଜାର ୭୦୮ ଜଣଙ୍କର ଜମି ଚିହ୍ନଟ କରାଯାଇଛି ଓ ବଳକା ହିତାଧିକାରୀଙ୍କୁ ଜମି ଚିହ୍ନଟ ପାଇଁ ପଦକ୍ଷେପ ଆରମ୍ଭ ହୋଇଛି । ସେହିଭଳି ଜିଲାରେ ୨୨୨୧ଟି ଗୋଷ୍ଠିଗତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଥିବା ବିଭାଗ ସୂତ୍ରରୁ ପ୍ରକାଶ।

Comments are closed.