www.samajalive.in
Saturday, December 13, 2025
14.1 C
Bhubaneswar

ଓୟୁଏଟିରେ ଜଳବାୟୁ ଉପଯୋଗୀ କୃଷି ଉପରେ କର୍ମଶାଳା

ଭୁବନେଶ୍ୱର :ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ‘ଅନନ୍ୟା’ ଓଓୟୁଏଟିର ମିଳିତ ସହଭାଗୀତାରେ ‘ଜଳବାୟୁ ଉପଯୋଗୀ କୃଷି’ ଉପରେ ଏକ ଜାତୀୟ ସ୍ତରୀୟ କର୍ମଶାଳା ଆୟୋଜିତ ହୋଇଛି । ବିଶ୍ୱବିଦ୍ୟାଳୟର ଡ଼ଃ ଏମ୍.ଏସ୍. ମୀନାଥନ କକ୍ଷରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଛି । ଉଦଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଯୋଗ ଦେଇ ଜଳବାୟୁ ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଜଳବାୟୁ ଓ କୃଷି ଅଙ୍ଗାଙ୍ଗୀ ଭାବେ ଜଡିତ ଓ ଏହା ଉପରେ ଜୀବିକା ନିର୍ଭରଶୀଳ ହୋଇ ରହିଛି । ଜଳବାୟୁ ପରିବର୍ତନ ପରିପ୍ରେକ୍ଷୀରେ ଆମର କୃଷିଠୁ ଆରମ୍ଭ କରି ଜୈବ ବିବିଧତା ପର‌୍ୟ୍ୟନ୍ତ ଯଥେଷ୍ଟ କ୍ଷତିଗ୍ରସ୍ତ ହୋଇଛି । ପାଣିପାଗ ଉପଯୋଗୀ ଗାଁମାନଙ୍କରେ ଅଭ୍ୟୁଥାନ ହେବା ସହ ସମନ୍ୱିତ ଫସଲ ଚାଷକୁ ଆପଣେଇଲେ ପରିବର୍ତିତ ଜଳବାୟୁକୁ ସାମ୍ନା କରିବା ସହିତ କୃଷି ଉତ୍ପାଦନ ବଢ଼ିପାରିବ ବୋଲି କୁଳପତି ପରାମର୍ଶ ଦେଇଛନ୍ତି । ଜଳବାୟୁର ପ୍ରଭାବରୁ ମୁକ୍ତ ହୋଇ ସୁରକ୍ଷିତ କୃଷି ଦିଗରେ ଅଗ୍ରସର ହେବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପ୍ରଫେସର ରାଉଳ ଗୁରୁତ୍ୱ ଦେଇଛନ୍ତି।

ଏହି କର୍ମଶାଳାର ଅନ୍ୟତମ ସମ୍ମାନିତ ଅତିଥିଭାବେ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦାନ କରି କହିଥିଲେ ଯେ ବର୍ତମାନର ପରିସ୍ଥିତିରେ ଖାଦ୍ୟ ସୁରକ୍ଷା ଏବଂ ଖାଦ୍ୟ ନିରାପତ୍ତା ପାଇଁ ଜଳବାୟୁ ସ୍ମାର୍ଟ କୃଷି ଅନିର୍ବାଯ୍ୟ. ଅନନ୍ୟା ଏବଂ ଓୟୁଏଟି ଦ୍ଵାରା ଆଗକୁ ମଧ୍ୟ ଏଭଳି ପ୍ରୟାସ ଆଗକୁ କରାଯିବ ବୋଲି ଉଦବୋଧନ ରଖିବା ସହଜି-୨୦ ରେ ପ୍ରଧାନମନ୍ତ୍ରୀଙ୍କ ଗ୍ଲୋବାଲ ୱାର୍ଣ୍ଣିଂ କଥା ମଧ୍ୟ ଅଭିଭାଷଣରେ ରଖିଥିଲେ।

- Advertisement -

ଏହି ଅବସରରେ ସମ୍ମାନନୀୟ ଅତିଥି ଭାବେ ଭୁବନେଶ୍ୱର ନାବାର୍ଡର ମହାପ୍ରବନ୍ଧକ ସୁଧାଂଶୁ ମିଶ୍ର ଯୋଗ ଦେଇଥିଲେ । ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ଘରେ ଘରେ ଗୋପାଳନ, ବୃକ୍ଷ ରୋପଣ, ଧାନ ବିକଳ୍ପ ଚାଷ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ଉପରେ ଆଲୋଚନା କରିଥିଲେ।ଫଳ, ପନିପରିବା, ମହୁମାଛି ପାଳନ ଅଧିକ ଅମଳ ପାଇବାର ସୂତ୍ର ବୋଲି ସେ ସୂଚନା ଦେଇଥିଲେ।

ସେହିପରି ସୋଆ ବିଶ୍ୱବିଦ୍ୟାଳୟର ଜଳବାୟୁ ଉପଯୋଗୀ କୃଷି କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଆର. କେ.ପଣ୍ଡା ଜଳବାୟୁ ପରିବର୍ତନ ଯୋଗୁଁ କୃଷିକ୍ଷେତ୍ର ହିଁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ବୋଲି ମତ ରଖିଥିଲେ । ସମନ୍ୱିତ କୃଷିପଦ୍ଧତି ଗ୍ରହଣକରି ପରିବର୍ତିତ ଜଳବାୟୁର କୁପ୍ରଭାବକୁ ଦୁରେଇ ପାରିବା ବୋଲି ସେ କହିଛନ୍ତି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories