www.samajalive.in
Sunday, December 14, 2025
14.1 C
Bhubaneswar

ଶ୍ରୀଲଙ୍କା ବିପକ୍ଷ ମହିଳା ଟି୨୦ ଶୃଙ୍ଖଳା ଜିତିଲା ଭାରତ

ଡାମ୍ବୁଲା: କ୍ରମାଗତ ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଘରୋଇ ଶ୍ରୀଲଙ୍କା ମହିଳା କ୍ରିକେଟ୍‌ ଦଳକୁ ପରାସ୍ତ କରିଛି ଭାରତୀୟ ମହିଳା କ୍ରିକେଟ୍‌ ଦଳ। ଶନିବାର ୨ୟ ଟି୨୦ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୫ ୱିକେଟରେ ଭାରତ ପରାସ୍ତ କରିଛି। ଦୁଇ ଓପ୍‌ନରଙ୍କ ଚମତ୍କାର ପ୍ରଦର୍ଶନ ସତ୍ତ୍ବେ ମଧ୍ୟକ୍ରମ ବିଫଳ ହେବାରୁ ଶ୍ରୀଲଙ୍କା ୫ ୱିକେଟରେ ୧୨୫ ରନ୍‌ କରି ପାରିଥିଲା। ପରେ ସ୍ମୃତି ମାନ୍ଧାନା ଓ ଅଧିନାୟିକା ହରମନପ୍ରୀତ କୌରଙ୍କ ଲଢ଼ୁଆ ଇନିଂସ ବଳରେ ୫ଟି ବଲ୍‌ ବାକିଥାଇ ୫ ୱିକେଟ ହରାଇ ଭାରତ ଜିତି ନେଇଥିଲା। ଏହି ବିଜୟ ସହ ୨-୦​‌େ​‌ର ଆଗୁଆ ରହି ୩ ମ୍ୟାଚ୍‌ର ଟ୍ବେଣ୍ଟି୨୦ ଶୃଙ୍ଖଳା ଭାରତ ଜିତିନେଇଛି। ସୋମବାର ୩ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ।

ଟସ୍ ଜିତି ଶ୍ରୀଲଙ୍କା ବ୍ୟାଟିଂ ନେବା ପରେ ଏହାର ଦୁଇ ଓପ୍‌ନର ବିଷ୍ମି ଗୁଣରତ୍ନେ ଓ ଅଧିନାୟିକା ଚମାରି ଅଟ୍ଟାପଟୁ ୧୪ଶ ଓଭରରେ ୮୭ ରନ୍‌ ଯୋଗକରି ବଡ଼ ସ୍କୋର୍‌ର ମୂଳଦୁଆ ପକାଇଥିଲେ। ହେଲେ ମଧ୍ୟକ୍ରମ ଘରୋଇ ଦଳକୁ ଧୋକା ଦେଇଥିଲା। ୩୩ ରନ୍‌ରେ ଶ୍ରୀଲଙ୍କା ୭ଟି ୱିକେଟ ହରାଇ ମାତ୍ର ୧୨୫ ରନ୍‌ କରି ପାରିଥିଲା। ଚମାରି ଅଟ୍ଟାପଟୁ ୪୧ ବଲ୍‌ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୪୩ ରନ୍‌ କରିଥିଲେ। ବିଷ୍ମି ଗୁଣରତ୍ନେ ୫୦ ବଲ୍‌ରୁ ୬ଟି ଚୌକା ସହ ୪୫ ରନ୍‌ କରିଥିଲେ। ପରେ କେହି ଦୁଇଅଙ୍କ ସ୍କୋର୍ କରି ପାରିନଥିଲେ। ଦୀପ୍ତି ଶର୍ମା ୨ଟି ୱିକେଟ ନେଇଥିଲେ। ୧୨୬ ରନ୍‌ ଲକ୍ଷ୍ୟରେ ଭାରତୀୟ ଓପ୍‌ନର ସ୍ମୃତି ମାନ୍ଧାନା ଭଲ ବ୍ୟାଟିଂ କରିଥିଲେ। ଓପ୍‌ନର ଶେଫାଳି ବର୍ମା ୧୦ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୭ ଏବଂ ଏସ୍‌. ମେଘନା ୧୦ ବଲ୍‌ରୁ ୪ଟି ଚୌକା ସହ ୧୭ ରନ୍‌ କରିଥିଲେ। ପରେ ବାମହାତି ମାନ୍ଧାନା ଓ ହରମନପ୍ରୀତ କୌର ୧୧ ଓଭର​‌େ​‌ର ସ୍କୋର୍‌କୁ ୮୬ ରନ୍‌ରେ ପହଞ୍ଚାଇଥିଲେ। ସ୍ମୃତି ମାନ୍ଧାନା ୩୪ ବଲ୍‌ରୁ ୮ଟି ଚୌକା ସହ ୩୯ ରନ୍‌ କରିଥିଲେ। ହରମନପ୍ରୀତ ୩୨ ବଲ୍‌ରୁ ୨ଟି ଚୌକା ସହ ୩୧ ରନ୍‌ରେ ଅପରାଜିତ ରହି ଦଳକୁ ଜିତାଇଥିଲେ। ଓସାଦି ରଣସିଂହେ ଓ ଇନୋକା ରଣବୀରା ୨ଟି ଲେଖାଏଁ ୱିକେଟ ନେଇଥିଲେ। ହରମନପ୍ରୀତ କୌର ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories