www.samajalive.in
Sunday, December 14, 2025
26.1 C
Bhubaneswar

ଆଜି ଭାରତ-ଆୟରଲାଣ୍ଡ ପ୍ରଥମ ଟି୨୦ ମୁକାବିଲା

ଡବ୍‌ଲିନ: ଚଳିତବର୍ଷ ହେବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ ପାଇଁ ଭାରତୀୟ କ୍ରିକେଟ୍‌ ଦଳର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି୨୦ ଶୃଙ୍ଖଳାକୁ ୨-୨ରେ ଡ୍ର ରଖିବା ପରେ ରବିବାର ଘରୋଇ ଆୟରଲାଣ୍ଡ ବିପକ୍ଷରେ ଭାରତ ୨ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଖେଳିବ। ଭାରତୀୟ ଦଳର ପ୍ରମୁଖ ଖେଳାଳି ଏହି ଶୃଙ୍ଖଳାରେ ଖେଳୁନଥିଲେ ହେଁ ଭାରତ ଏହି ଶୃଙ୍ଖଳା ପୋଛିବା ଲାଗି ବଡ଼ ଦାବିଦାର। ଆଇପିଏଲ୍‌ ତଥା ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କ ନେତୃତ୍ବ ନେଉଛନ୍ତି ହାର୍ଦିକ ପାଣ୍ଡ୍ୟା। ଗତ ୮ ମାସରେ ହାର୍ଦିକ ଭାରତର ୬ଷ୍ଠ ଅଧିନାୟକ। ଦଳରେ ପ୍ରାୟ ସମସ୍ତ ଖେଳାଳି ଟ୍ବେଣ୍ଟି୨୦ ବିଶେଷଜ୍ଞ। ତେଣୁ ଘରୋଇ ପଡ଼ିଆରେ ଖେଳିବା ସତ୍ତ୍ବେ ଭାରତୀୟ ଦଳକୁ ହରାଇବା ଆୟରଲାଣ୍ଡ ପାଇଁ କଷ୍ଟକର ହୋଇପାରେ। କାରଣ ଭାରତ ଭଲ ଫର୍ମରେ ରହିଛି। ତଥାପି ଆୟରଲାଣ୍ଡକୁ ଦୁର୍ବଳ ମଣିବା ଠିକ୍‌ ହେବନାହିଁ। ଗତବର୍ଷ ଏହି ଦଳ ଦକ୍ଷିଣ ଆଫ୍ରିକାକୁ ଟି୨୦ରେ ପରାସ୍ତ କରିଥିଲା।

ଡବ୍‌ଲିନରେ ରନ୍‌ର ପିଛା କରିଥିବା ଦଳ ଅଧିକ ବିଜୟ ହାସଲ କରିଛନ୍ତି। ୧୪ଟି ମ୍ୟାଚ୍‌ରୁ ୮ଟି ମ୍ୟାଚ୍‌ରେ ରନ୍‌ର ପିଛା କରିଥିବା ଦଳ ଜିତିଛନ୍ତି। ୨୦୧୮ରେ ଭାରତ ଏଠାରେ ପ୍ରଥମେ ବ୍ୟାଟିଂକରି ୨ଟି ମ୍ୟାଚ୍‌ ଜିତିଥିଲା। ତେଣୁ ଟସ୍ ଜିତି ଭାରତ ବ୍ୟାଟିଂ ନେଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଡବ୍‌ଲିନ୍‌ରେ ଆୟରଲାଣ୍ଡ ୮ଟିରୁ ୨ଟି ମ୍ୟାଚ୍ ଜିତିଥିଲେ ହେଁ ଉଭୟ ମ୍ୟାଚ୍‌ ଏହା ପଡ଼ୋଶୀ ସ୍କଟ୍‌ଲାଣ୍ଡ ବିପକ୍ଷରେ ଜିତିଛନ୍ତି। ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତିରେ ଭାରତୀୟ ଯୁବ ଖେଳାଳିଙ୍କୁ ଟି୨୦ ଦଳର ସ୍ଥାନ ନିଶ୍ଚିତ କରିବାକୁ ଏହା ଶ୍ରେଷ୍ଠ ସୁଯୋଗ। ଭାରତ ପାଇଁ ଈଶାନ୍ କିଷନ୍ ଓ ଋତୁରାଜ ଗାଏକ୍‌ୱାଡ ଓପ୍‌ନିଂ ସ୍ଥାନ ବଜାୟ ରଖିପାରନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଈଶାନ୍ ସର୍ବାଧିକ ଦେଢ଼ଶହରୁ ଅଧିକ ଷ୍ଟ୍ରାଇକ୍‌ରେଟ୍‌ରେ ୨୦୬ ରନ୍‌ କରିଥିଲେ। ୩ନଂ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଖେଳିପାରନ୍ତି। ତାଙ୍କ ପଛକୁ ସଞ୍ଜୁ ସାମ୍‌ସନ, ହାର୍ଦିକ ପାଣ୍ଡ୍ୟା ଓ ଦିନେଶ କାର୍ତ୍ତିକ ବ୍ୟାଟିଂକରିବେ। ପେସ୍ ବୋଲିଂ ବିଭାଗରେ ଉପଅଧିନାୟକ ଭୁବନେଶ୍ବର କୁମାର ଖେଳିବା ନିଶ୍ଚିତ। ଅନ୍ୟ ୨ ପେସ୍ ବୋଲର ଭାବେ ହର୍ଷଲ ପଟେଲ ଓ ଉମ୍ରାନ୍ ମାଲିକ୍ ଖେଳିପାରନ୍ତି। ପେସ୍ ବୋଲର ଆଭେସ୍‌ ଖାଁ ଦଳରେ ଥିଲେ ହେଁ ଉମ୍ରାନ୍‌ ମାଲିକ୍‌ଙ୍କୁ ସୁଯୋଗ ଦେବା ସପକ୍ଷରେ ଅଛନ୍ତି ଅଧିନାୟକ ହାର୍ଦିକ ଓ ପ୍ରଶିକ୍ଷକ ଭିଭିଏସ୍‌ ଲକ୍ଷ୍ମଣ। ଯୁଜବେନ୍ଦ୍ର ଚହଲଙ୍କ ସହ ସ୍ପିନ୍ ବୋଲିଂ ଦାୟିତ୍ବ ସମ୍ଭାଳିବେ ରବି ବିଷ୍ଣୋଇ। ଏପରି ବି ହୋଇପାରେ ଯେ ବିଷ୍ଣୋଇଙ୍କ ସ୍ଥାନରେ ବ୍ୟାଟିଂ ଅଲ୍‌ରାଉଣ୍ଡର ଦୀପକ ହୁଡା ଖେଳିପାରନ୍ତି। ଗତଥର ଆୟରଲାଣ୍ଡ ଗସ୍ତରେ ଲେଗ୍‌ସ୍ପିନର ଚହଲ ୨ ଥର ୩ଟି ଲେଖାଏଁ ୱିକେଟ ନେଇଥିଲେ।

- Advertisement -

ଭାରତ ପ୍ରଥମ ମ୍ୟାଚ୍‌ ଜିତିବା ପରେ ରାହୁଲ ତ୍ରିପାଠୀ ଓ ଅନ୍ୟ ଖେଳାଳିଙ୍କୁ ମଙ୍ଗଳବାର ୨ୟ ମ୍ୟାଚ୍‌ରେ ସୁଯୋଗ ମିଳିପାରେ। ଆୟରଲାଣ୍ଡ ଦଳରେ କିଛି ଭଲ ଷ୍ଟ୍ରୋକ୍ ଖେଳାଳି ଅଛନ୍ତି। ସେମାନେ ହେଲେ ପଲ୍‌ ଷ୍ଟର୍ଲିଂ, କର୍ଟିସ୍ କାମ୍ଫର, ଗାରେଥ୍‌ ଡେଲାନି ପ୍ରଭୃତି। ଅଫ୍‌ସ୍ପିନର ଆଣ୍ଡି ମ୍ୟାକ୍‌ବ୍ରାଇନ୍‌ଙ୍କୁ ନୂଆ ବଲ୍‌ ଦେଇ ଈଶନ୍ କିଷନ୍‌ଙ୍କୁ ରୋକିବାର ପ୍ରୟାସ କରିପାରନ୍ତି ଅଧିନାୟକ ଆଣ୍ଡି ବାଲ୍‌ବର୍ନି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories