www.samajalive.in
Sunday, December 7, 2025
14.1 C
Bhubaneswar

ଅଷ୍ଟ୍ରେଲିଆ ୪୮ ରନରେ ପରାସ୍ତ ; ଗ୍ରୁପ୍‍ ଶୀର୍ଷରେ ଭାରତ

ପ୍ରଭିଡେନ୍‍ସ : ଚଳିତ ମହିଳା ଟ୍ୱେଣ୍ଟି-୨୦ ବିଶ୍ୱକପରେ ଭାରତ ତା’ର ୪ଟି ଯାକ ଲିଗ୍‍ ମ୍ୟାଚ୍‍ ଜିତିବାର ଗୌରବ ହାସଲ କରିଛି।  ପୂର୍ବରୁ ସେମିଫାଇନାଲରେ ପହଞ୍ଚି ସାରିଥିବା ଭାରତ ଶନିବାର ଗ୍ରୁପ୍‍ ‘ବି’ର ୪ର୍ଥ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୪୮ ରନରେ ପରାସ୍ତକରି ଗ୍ରୁପ୍‍ ଶୀର୍ଷରେ ପହଞ୍ଚିଛି। ଓପ୍‍ନର ସ୍ମୃତି ମାନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ଏହି ସହଜ ବିଜୟ ହାସଲ କରିଛି। ମାନ୍ଧାନାଙ୍କ ଦ୍ରୁତ ୮୩ ରନ୍‍ କରିବାରୁ ଭାରତ ପ୍ରଥମେ ବ୍ୟାଟିଂକରି ୮ ୱିକେଟରେ ୧୬୭ ରନ୍‍ କରିଥିଲା। ପରେ ଭାରତୀୟ ସ୍ପିନର ଚମତ୍କାର ପ୍ରଦର୍ଶନ କରିବାରୁ ଅଷ୍ଟ୍ରେଲିଆ ୨ଟି ବଲ୍‍ ବାକିଥାଇ ୧୧୯ ରନ୍‍କରି ଅଲ୍‍ଆଉଟ ହୋଇ ଯାଇଥିଲା। ୱେଷ୍ଟଇଣ୍ଡିଜ୍‍ କିମ୍ବା ଇଂଲଣ୍ଡ ବିପକ୍ଷରେ ଭାରତ ସେମିଫାଇନାଲ ଖେଳିବ।


ଟସ୍‍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନେଇଥିଲା। ମିତାଲି ରାଜ୍‍ ବିଶ୍ରାମ ନେଇଥିବା ବେଳେ ଓପ୍‍ନର ତାନିୟା ଭାଟିଆ ୨ ଓ ଜେମିମା ରଡ୍ରିଗ୍ୱେଜ୍‍ ୬ ରନ୍‍କରି ବିଦାୟ ନେଇଥିଲେ। ତେବେ ସ୍ମୃତି ମାନ୍ଧାନା ଓ ଅଧିନାୟିକା ହରମନପ୍ରୀତ କୌର ୩ୟ ୱିକେଟ ପାଇଁ ଦ୍ରୁତ ୬୮ ରନ୍‍ ଯୋଗକରି ଦଳର ସ୍ଥିତି ମଜ୍‍ଭୁତ କରିଥିଲେ। ହରମନପ୍ରୀତ ଆକ୍ରମଣାତ୍ମକ ଇନିଂସ ଖେଳି ୨୭ ବଲ୍‍ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ୪୩ ରନ୍‍ କରିଥିଲେ। ପରେ ଭାରତ ୫୦ ରନ୍‍ ମଧ୍ୟରେ ଜଲ୍‍ଦି ୫ଟି ୱିକେଟ ହରାଇଥିଲା। ବାମହାତି ସ୍ମୃତି ମାନ୍ଧାନା ୫୫ ବଲ୍‍ରୁ ୩ଟି ଛକା ଓ ୯ଟି ଚୌକା ସହ ୮୩ ରନ୍‍ କରିଥିଲେ। ଅଷ୍ଟ୍ରେଲିଆର ଆସ୍‍ଲେ ଗାର୍ଡନର ଓ ଡେଲିସା କିମିନ୍‍ସ ୨ଟି ଲେଖାଏଁ ୱିକେଟ ନେଇଥିଲେ। ୧୬୮ ରନ୍‍ ଲକ୍ଷ୍ୟରେ ଅଷ୍ଟ୍ରେଲିଆ ନିୟମିତ ୱିକେଟ ହରାଇଥିଲା। ଏଲିଜ୍‍ ପେରି ଅପରାଜିତ ୩୯, ଆସ୍‍ଲେ ଗାର୍ଡନର ୨୦ ଓ ବେଥ୍‍ ମୁନି ୧୯ ରନ୍‍ କରିଥିଲେ। ଅନୁଜା ପାଟିଲ ୩ଟି ଏବଂ ଦୀପ୍ତି ଶର୍ମା, ରାଧା ଯାଦବ ଓ ପୁନମ୍‍ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିଲେ। ସ୍ମୃତି ମାନ୍ଧାନା ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories