ଯୋଡା ହେଲା ଅନ୍ୟ ଜଣେ ମହିଳାଙ୍କ ହାତ, ଅଙ୍ଗଦାନ ଯୋଗୁଁ ହସି ଉଠିଲା ଆଉ ଜଣଙ୍କ ପରିବାର

ନୂଆଦିଲ୍ଲୀ – ଅଙ୍ଗଦାନ ଯୋଗୁଁ ଅନେକ ଜୀବନ ବଞ୍ଚାଇବାରେ ସଫଳ ହେଉଛନ୍ତି । ଦେଶର ରାଜଧାନୀ ଗଙ୍ଗାରାମ ଡାକ୍ତରଖାନାରେ ଜଣେ ପୁରୁଷଙ୍କ ଶରୀରରେ ଅଙ୍ଗଦାନରେ ଆସିଥିବା ଦୁଇଟି ହାତକୁ ସଫଳ ଭାବେ ପ୍ରତିରୋପଣ କରାଯାଇଛି ।
ଦିଲ୍ଲୀରେ ଜଣେ ରଙ୍ଗମସ୍ତ୍ରୀଙ୍କର ଦୁର୍ଘଟଣା ଯୋଗୁଁ ଦୁଇଟି ଯାକ ହାତ କଟିଯାଇଥିଲା । ସେ କୌଣସି କାର୍ଯ୍ୟ ସାଧାରଣ ଭାବେ କରିପାରୁ ନଥିଲେ । ମାତ୍ର ମୀନା ମେହେଟ୍ଟା ନାମକ ୪୫ ବର୍ଷୀୟ ମହିଳାଙ୍କର ମସ୍ତିଷ୍କ ମୃତ୍ୟୁ ହୋଇଥିଲା । ସେ ଦିଲ୍ଲୀର ଏକ ବିଦ୍ୟାଳୟରେ ପ୍ରଶାସନିକ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ମୃତ୍ୟୁ ଅନେକ ଦିନ ପୂର୍ବରୁ ସେ ଅଙ୍ଗଦାନ ପାଇଁ ଚୁକ୍ତି କରିଥିଲେ ।

ମୀନାଙ୍କର ମସ୍ତିଷ୍କ ମୃତ୍ୟୁ ପରେ ତାଙ୍କର ଶରୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅନ୍ୟମାନଙ୍କ ପାଇଁ ଦାନ କରାଯାଇଥିଲା । ଏପରିକୁ ତାଙ୍କର ଦୁଇଟି ହାତକୁ ଏହି ରଙ୍ଗମସ୍ତ୍ରୀଙ୍କ ହାତରେ ପ୍ରତିରୋପଣ କରାଯାଇଥିଲା । ଏହା ସଫଳ ହୋଇଛି । ଏବେ ହାତ ରୋପଣ କରାଯାଇଥିବା ବ୍ୟକ୍ତିଙ୍କ ଦୁଇ ହାତ କାର୍ଯ୍ୟ କରୁଛି । ଆସନ୍ତା ଦୁଇ ଦନି ମଧ୍ୟରେ ସେ ଘରକୁ ଯାଇ ପାରିବେ ।

ଡାକ୍ତରମାନଙ୍କର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହା ସଫଳ ହୋଇପାରିଛି । ୧୨ ଘଣ୍ଟା ଧରି ପ୍ରାୟ ୧୬ ଜଣ ଡାକ୍ତର ଏବଂ ପାରାମେଡିକ୍‌ ଷ୍ଟାଫ୍‌ ଏହି ଅସ୍ତ୍ରୋପଚାର କରିଥିଲେ । ଏହି ସଫଳ ହୋଇଛି । ଅଙ୍ଗଦାନ ଏକ ମହତ ଦାନ ।

Comments are closed.