www.samajalive.in
Saturday, December 6, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ: BMWରେ ଆସି ଫୁଲକୁଣ୍ଡ ଚୋରି କଲେ ମହିଳା

ସମାଜ ଡିଜିଟାଲ ଡେସ୍କ: ଚଢୁଛନ୍ତି BMW ଭଳି ବିଳାସପୂର୍ଣ୍ଣ କାର। ହେଲେ ନିଶା ହେଉଛି ଚୋରି କରିବା। ତାହା ପୁଣି ଫୁଲକୁଣ୍ଡ। କଥାଟି ଅଡୁଆ ଲାଗୁଥିଲେ ବି ଏଭଳି ଜଣେ ମହିଳାଙ୍କ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି। ଘଟଣାଟି ଉତ୍ତରପ୍ରଦେଶର ନୋଏଡା ଅଞ୍ଚଳର।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ମହିଳା ରାତି ସମୟରେ BMW କାରରେ ଆସୁଛନ୍ତି ଏବଂ ଏକ ଦୋକାନ ଆଗରେ ଗାଡ଼ି ରଖି ସେଥିରୁ ବାହାରୁଛନ୍ତି। ଚାରି ଆଡକୁ ଚାହିଁ ଦୋକାନ ପାଖକୁ ଆସୁଛନ୍ତି। ବାହାରେ ରଖାଯାଇଥିବା ଫୁଲକୁଣ୍ଡକୁ ହାତରେ ଧରି କାରରେ ରଖୁଛନ୍ତି। ଏହି ସମୟରେ ମହିଳାଙ୍କୁ ଦେଖୁଥିବା କିଛି ଲୋକ ତାଙ୍କ ନିକଟକୁ ଆସୁଛନ୍ତି। ସେମାନେ ମହିଳା ଜଣଙ୍କୁ ଏ କ’ଣ କରୁଛନ୍ତି ବୋଲି ପ୍ରଶ୍ନ କରିବାରୁ ସେ ବି ଆଶ୍ଚର୍ଯ୍ୟଜନକ ଉତ୍ତର ଦେଉଛନ୍ତି। ମହିଳା ଜଣକ କହୁଛନ୍ତି, ମୁଁ ପ୍ରତିଦିନ ଏଠାକୁ ଆସି ଗୋଟିଏ ଗୋଟିଏ ଫୁଲ କୁଣ୍ଡ ନେଇକି ଯିବି। ଏହା ଶୁଣି ଲୋକମାନେ ବି ଆଶ୍ଚର୍ଯ୍ୟ ହୋଇଛନ୍ତି। ଜଣାପଡ଼ିଛି ଯେ ମହିଳା ଜଣକ ସେଠାରୁ ଆଗରୁ ବି ଫୁଲକୁଣ୍ଡ ଚୋରି କରିନେଇଛନ୍ତି। ମହିଳାଙ୍କ ଏହି କାରନାମାର ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି।

- Advertisement -

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories