www.samajalive.in
Saturday, December 6, 2025
14.1 C
Bhubaneswar

ବିବାହର ୭ ବର୍ଷ ପରେ ଗର୍ଭବତୀ ହେଲେ ମହିଳା; ଜନ୍ମଦେଲେ ୫ ଶିଶୁ

ରାଜସ୍ଥାନ: କରୋଲିରେ ଜଣେ ୨୨ ବର୍ଷୀୟ ମହିଳା ୫ଟି ଶିଶୁ ଜନ୍ମଦେଇଥିବା ଜଣାପଡ଼ିଛି । ମହିଳା ଜଣକ ତାଙ୍କ ବିବାହର ୭ ବର୍ଷ ପରେ ଗର୍ଭବତୀ ହୋଇଥିବା ବେଳେ ଏକାଥରେ ୫ଟି ଶିଶୁ ଜନ୍ମ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ୩ଟି ଝିଅ ଓ ୨ଟି ପୁଅ ରହିଥିବା ଜଣାପଡ଼ିଛି । ହେଲେ ଜନ୍ମନେବା ପରେ ସମସ୍ତ ଶିଶୁଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ ମାସଲପୁର ଅଞ୍ଚଳର ପିପରାନୀ ଗାଁରେ ରେଶମା(୨୫)ଙ୍କ ପତ୍ନୀ ବିବାହର ୭ ବର୍ଷ ପରେ ଗର୍ଭବତୀ ହୋଇଥିଲେ ।

ରେଶମା ତାଙ୍କ ପତ୍ନୀଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ସେ ଏକା ବେଳେ ୫ଟି ଶିଶୁକୁ ଜନ୍ମ ଦେଇଥିଲେ । ଜନ୍ମନେଇଥିବା ୫ ଶିଶୁଙ୍କ ମଧ୍ୟରେ ୩ଟି ଶିଶୁକନ୍ୟ ଓ ୨ଟି ଶିଶୁପୁତ୍ର ରହିଥିବା ବେଳେ ସେମାନଙ୍କ ଓଜନ ମାତ୍ର ୩ଶହରୁ ୬ଶହ ଗ୍ରାମ ରହିଥିଲା । ସବୁଠାରୁ ବଡ଼କଥା ହେଉଛି ମହିଳା ଜଣକ ମାତ୍ର ୭ମାସରେ ଏହି ପିଲାମାନଙ୍କୁ ଜନ୍ମ ଦେଇଥିଲେ । ଯାହାଫଳରେ ପିଲାମାନେ ଦୁର୍ବଳ ହୋଇଥିବା ଡାକ୍ତର ମାନେ କହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories