ନୂଆଦିଲ୍ଲୀ : ଦେଶରେ ଗତ କିଛି ଦିନ ତୁଳନାରେ କରୋନା ସଂକ୍ରମଣ ହ୍ରାସ ପାଇଛି। କିଛି ଦିନ ଧରି ଲଗାତାର ୨୦ ହଜାର ଦୈନିକ ସଂକ୍ରମଣ ଅତିକ୍ରମ କରୁଥବା ବେଳେ ଆଜି ୧୫ ହଜାରରେ ସୀମିତ ରହିଛି। ୨୪ ଘଣ୍ଟାରେ ଆଉ ୧୪,୮୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧୮,୧୫୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଉ ୧,୪୭,୫୧୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସେହିପରି ଦୈନିକ ସଂକ୍ରମଣ ହାର ୩.୪୮% ରହିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।
Popular Categories



