www.samajalive.in
Saturday, December 6, 2025
15.1 C
Bhubaneswar

ଉଚ୍ଚ ରକ୍ତଚାପ ରୋଗୀ ଖାଆନ୍ତୁ ନାହିଁ ଏହି ଜିନିଷ

ବର୍ତ୍ତମାନ ସମୟରେ ମଧୁମେହ ଓ ଉଚ୍ଚ ରକ୍ତ ଚାପ ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ତେବେ ଉଚ୍ଚ ରକ୍ତଚାପ ରୋଗୀମାନେ କିଛି ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ରକ୍ତ ଚାପ ନିୟନ୍ତ୍ରଣରେ ନ ରହିବା ଦ୍ୱାରା ହୃଦୟ ଜନିତ ରୋଗ ଓ ଯକୃତ ରୋଗ ହେବାର ସମ୍ଭାବନା ଅଧିକ ଥାଏ। ଏପରି କିଛି ଖାଦ୍ୟ ରହିଛି, ଯାହାକୁ ଉଚ୍ଚ ରକ୍ତଚାପ ରୋଗୀ ସେବନ କରିବା ଉଚିତ ନୁହେଁ। ଜାଣନ୍ତୁ..
ଉଚ୍ଚ ରକ୍ତ ଚାପ ରୋଗୀ ପାଉଁରୁଟିର ସେବନ କରିବା ଉଚିତ ନୁହେଁ। ଏଥିରେ ସୋଡିୟମର ମାତ୍ରା ଅଧିକ ଥାଏ। ଯାହା ରକ୍ତଚାପକୁ ବୃଦ୍ଧି କରିଥାଏ। ତେଣୁ ମାସକୁ ଥରେ ୨ଟି ପାଉଁରୁଟି ଖାଇପାରିବେ।
ଚିକେନକୁ ପ୍ରସ୍ତୁତ କରିବା ପୂର୍ବରୁ ଏଥିରେ ଲୁଣ ଓ ଅନ୍ୟ ମସଲାକୁ ଘୋଳାଇ କିଛି ସମୟ ରଖାଯାଇଥାଏ। ଏଭଳି ଅନ୍ୟ କେତେକ ଖାଦ୍ୟକୁ ମଧ୍ୟ ରଖାଯାଏ। ଏଭଳି ଖାଦ୍ୟ ଠାରୁ ମଧ୍ୟ ଦୂରେଇ ରୁହନ୍ତୁ। ଏଥିରେ ସୋଡିୟମର ମାତ୍ରା ଅଧିକ ଥାଏ।
କାଫିନ୍‍ ରକ୍ତଚାପକୁ ହଠାତ ବୃଦ୍ଧି କରିଥାଏ। ଚା’ ଓ କଫିରେ କାଫିନ୍‍ ଥାଏ। ତେଣୁ ଏହାକୁ ଅଧିକ ମାତ୍ରାରେ ସେବନ କରନ୍ତୁ ନାହିଁ। କିମ୍ବା ଆଦୌ ସେବନ ନକରିବା ଭଲ। ଖୁବ କମ ମାତ୍ରାରେ ଦିନକୁ ଥରେ ପିଅନ୍ତୁ।
ଆଚାରରେ ଲୁଣ ଅଧିକ ଥାଏ। ତେଲ ଓ ଲୁଣ ଅଧିକ ଦିନ ଯାଏଁ ବତୁରି ରଖିବା ଦ୍ୱାରା ସୋଡିୟମର ମାତ୍ରା ଅଧିକ ଥାଏ। ଯାହା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ କ୍ଷତିକାରକ।
ବଟରର ମଧ୍ୟ ଅଧିକ ସେବନ କରନ୍ତୁ ନାହିଁ। ଏହାଦ୍ୱାରା ଶିରାପ୍ରଶିରାରେ ରକ୍ତ ଜମାଟ ବାନ୍ଧିଥାଏ। ଯାହା ରକ୍ତ ଚାପକୁ ବୃଦ୍ଧି କରିଥାଏ।
ନିଶାଦ୍ରବ୍ୟର ଆଦୌ ସେବନ କରନ୍ତୁ ନାହିଁ। ଏହାଦ୍ୱାରା ରକ୍ତଚାପ ବଢିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories