www.samajalive.in
Saturday, December 6, 2025
16.1 C
Bhubaneswar

ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ବୃକ୍ଷ ରୋପଣ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ବୃକ୍ଷ ରୋପଣ ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲା ବିଜୁ ଯୁବ ଛାତ୍ର ଜନତା ଦଳର ସଭାପତି ବିଷ୍ଣୁ ପଣ୍ଡାଙ୍କ ନେତୃତ୍ୱରେ ରାଜ୍ୟ ଯୋଜନ। ବୋଡ଼ର ଉପଦେଷ୍ଟା ସୁଧୀର କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା  କାଡ୍ରାକା, ଉପାଧକ୍ଷ  ଡମ୍ବରୁ କଞ୍ଜ।କା ,ଛାତ୍ର ସଭାପତି ଗୁରୁବିଲି ନାଗରାଜୁ, ବିଧାୟକ ପ୍ରତିନିଧି ବୃନ୍ଦାବନ ପାଢ଼ୀ, ବ୍ଲକ ସଭାପତି ସୁନ୍ଦର ରାଓ ବାଗ, ଅମ୍ବାଦଳାର  ଯୁବ ନେତା ଧୀରେନ ପାଣିଗ୍ରାହୀ, ବ୍ଲକ ର ବିଜୁ ଛାତ୍ର ରାଜୀବ ନାୟକ,କ ଯୋନ ର ଜିଲାପରିସଦ ସଦସ୍ୟ ବି ୱାରା ପ୍ରସାଦ ରାଓ ,ଖ ଯୋନର ଜିଲା ପରିଷଦ ଭୂମି ଗୌରୀ ଦେବୀ  ଓ ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗଅତିଥି ଭାବେ ଉପସ୍ଥିତ ରହିଥିଲେ । ଏହି ଅବସରରେ  ଗୁଣ୍ଡିଚା ମନ୍ଦିର ,ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର  ଓ ବିନିଶପୁର ଗାଁ ନିକଟ  ପ୍ରାୟ ଏକ ଶହ ବୃକ୍ଷ ରୋପଣ କରିଥିଲେ । ଏଥିରେ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories