www.samajalive.in
Saturday, December 6, 2025
23.1 C
Bhubaneswar

ଛାତ୍ରୀଙ୍କୁ ସ୍କୁଲ ଶିକ୍ଷକଙ୍କ ଅସଦଆଚରଣ ଅଭିଯୋଗ

ଧର୍ମଗଡ : ଚାନ୍ଦବାଲି ବ୍ଲକରେ ଛାତ୍ରୀଙ୍କୁ ସ୍କୁଲ ଶିକ୍ଷକ ଅସଦଆଚରଣ କରିଥିବା ନେଇ ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଅଧିନ ପାଇକସାହି କ୍ଲଷ୍ଟର ଅଧୀନରେ ଥିବା ଗୁଆଁଳ ଭାଵେଶ୍ୱର ନୋଡାଲ ପ୍ରାଥମିକ ବିଦ୍ୟାଳୟରେ।  ଜଣେ ସହକାରୀ ଶିକ୍ଷକ ଜଣେ ଛାତ୍ରୀକୁ ଅଶ୍ଳୀଳ ଆଚରଣ କରିଥିବା ବେଳେ ଏନେଇ ଛାତ୍ରୀଜଣଙ୍କ କାନ୍ଦି ତାଙ୍କ ପରିବାର ଲୋକଙ୍କୁ କହିଥିଲେ । ପରିବାର ଲୋକେ ଏନେଇ ଶିକ୍ଷକଙ୍କୁ ପଚାରିବା ସହିତ ଏକ ଖୁଣ୍ଟରେ ବାନ୍ଧି ମାଡ଼ ମାରିଛନ୍ତି । ଯାହାର ଭିଡ଼ିଓ ଏବେ ଭାଇରଲ ହେବାରେ ଲାଗିଛି । ଖବର ଲେଖାହେବ ପର୍ୟ୍ୟନ୍ତ ଏନେଇ ଥାନାରେ କୋୖଣସି ଅଭିଯୋଗ ହୋଇନଥିବା ବେଳେ ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀ କମଳାକାନ୍ତ ନାୟକଙ୍କ ସହ ଯୋଗାଯୋଗ ହେବାରେ ସେ କହିଛନ୍ତି ଘଟଣାର ସତ୍ୟାସତ୍ୟ ଅଛି ଏବଂ ସମ୍ପୃକ୍ତ ସି ଆର ସି ସି ଙ୍କୁ ସେହି ବିଦ୍ୟାଳୟକୁ ତଦନ୍ତ କରିବାକୁ ପଠାଇଛି । ତୁରନ୍ତ କାର୍ୟ୍ୟାନୁଷ୍ଠାନ ନିଆଯିବ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories