www.samajalive.in
Monday, December 15, 2025
16.1 C
Bhubaneswar

ଅନାହାରରେ ବୃଦ୍ଧାଙ୍କ ମୃତ୍ୟୁ ଅଭିଯୋଗ

ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ପଂଚାୟତର ଜଏରପଡା ଗ୍ରାମ ରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବୃଦ୍ଧାଙ୍କର ଅନାହାରରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବୃଦ୍ଧାଙ୍କ ନାମ ମଙ୍ଗରେ ଛୁରା (୫୯)।
ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ପଂଚାୟତର ଜଏରପଡ଼ା ଗ୍ରାମର ମଙ୍ଗରେ ଛୁରା ଦୀର୍ଘ ଏକ ମାସ ହେଲା ଭୋକ ଉପାସରେ ଜୀବନ ଅତିବାହିତ କରୁଥିବା ବେଳେ ତାଙ୍କୁ କୌଣସି ପ୍ରକାର ସରକାରୀ ଯୋଜନାରେ ସହାୟତା ମିଳୁ ନ ଥିଲା। ତାଙ୍କ ସ୍ୱାମୀ ଦରଜି ଛୁରା ତିନି ଚାରି ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିଲେ । ତାଙ୍କ ପାଖରେ ରାସନ କାର୍ଡ଼ ନଥିଲା କି ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁ ନଥିଲା। ସେ ଏକ ଢାବାରେ କାମ କରୁଥିବା ବେଳେ ବାର୍ଦ୍ଧକ୍ୟ କାରଣରୁ ଦୀର୍ଘ ୨ ମାସ ହେଲା କାମକୁ ଯାଉ ନ ଥିଲେ। ମଙ୍ଗଳବାର ସକାଳେ ୭ଟାରେ ତାଙ୍କ ମୃତ୍ୟୁ ହୋଇଛି । ଏକ ଝାଟିମାଟି ଘରେ ସେ ରହୁଥିଲେ। ଅନେକ ଥର ପକ୍କାଘର ପାଇଁ ଆବେଦନ କରାଯାଇଥିଲେ ମଧ୍ୟ କେହି ଧ୍ୟାନ ଦେଉ ନ ଥିବାରୁ ସେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପୂର୍ବରୁ ୨ ମାସରେ ଥରେ ଚାଉଳ ମିଳିଥିବା ବେଳେ ଗତ ୨ ମାସ ହେବ ପଂଚାୟତ ପକ୍ଷରୁ ଚାଉଳ ଦିଆଯାଇ ନାହିଁ ।  ଏହି ଘଟଣାରେ ପୂର୍ବତନ ବିଜେପି ଜିଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଥବିର ଚନ୍ଦ୍ର ବାଗ ପ୍ରଶାସନର ଅବହେଳାକୁ ଦାୟୀ କରିବା ସହ ଅନାହାରରେ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories