www.samajalive.in
Sunday, December 7, 2025
14.1 C
Bhubaneswar

କରୋନା ଟେଷ୍ଟ ବିନା ନୂଆ ଅନ୍ତେବାସୀଙ୍କୁ ବୃଦ୍ଧାଶ୍ରମ ଓ ଭିକାରୀ ଥଇଥାନ କେନ୍ଦ୍ର ମନା

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ବର୍ତ୍ତମାନ ପରିସ୍ଥିତି​ରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ନୂଆ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଯାହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତା ବଢାଇଦେଇଛି। କରୋନା ଦିନକୁ ଦିନ ଭୟଙ୍କର ହେଉଥିବା ​‌ବେଳେ ବୟସ୍କଙ୍କ ପାଇଁ କରୋନା ଅଧିକ ବିପଦ ସାବ୍ୟସ୍ତ ହେଉଛି। ଏପରି ପରିସ୍ଥିତିରେ ରାଜ୍ୟ ସରକାର ରାଜ୍ୟରେ ଥିବା ବୃଦ୍ଧାଶ୍ରମ ଓ ଭିକାରୀ ଥଇଥାନ କେନ୍ଦ୍ର ପାଇଁ ନୂଆ ଗାଇଡ଼ ଲାଇନ ଜାରି କରିଛନ୍ତି।

ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସା​‌ରେ ଏଣିକି କରୋନା ଟେଷ୍ଟ ବିନା ନୂଆ ଅନ୍ତେବାସୀଙ୍କୁ ବୃଦ୍ଧାଶ୍ରମ ଓ ଭିକାରୀ ଥଇଥାନ କେନ୍ଦ୍ରରେ ରହିବାକୁ ଅନୁମତି ମିଳିବନି । ନୂଆ ଅନ୍ତେବାସୀଙ୍କର ପ୍ରଥମେ କରୋନା ଟେଷ୍ଟ କରାଯିବ ଏବଂ ନେଗେଟିଭ ରିପୋର୍ଟ ଆସିଲେ ହିଁ ସେମାନଙ୍କୁ ରହିବାକୁ ଦିଆଯିବ।

- Advertisement -

କରୋନା ଟେଷ୍ଟ ରିପୋର୍ଟ ନଆସିବା ଯାଏ ସେମାନଙ୍କୁ ସ୍ଥାନୀୟ ପ୍ରଶାସନ ଟ୍ରାନ୍‌ଜିଟ ହାଉସ କିମ୍ବା କୋଭିଡ୍ କେୟାର ହୋମ୍‌ରେ ରଖିବାର ବ୍ୟବସ୍ଥା କରିବେ। ଯେଉଁମାନଙ୍କ ପାଖରେ କରୋନା ନେଗେଟିଭ ସାର୍ଟିଫିକେଟ ଥିବା ବା ସଂଗରୋଧ ନିୟମ ପାଳନ କରିଥିବେ, ସେମାନଙ୍କୁ ରହିବାକୁ ଦିଆଯିବ। ଏନେଇ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସବୁ ଜିଲାପାଳମାନଙ୍କୁ ଚିଠି ଲେଖି ଅବଗତ କରାଯାଇଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories