୨୦ଡିଗ୍ରୀ ତଳେ ୧୧ ସ୍ଥାନର ପାରଦ: ସେମିଳିଗୁଡାରେ ସର୍ବନିମ୍ନ
ଭୁବନେଶ୍ବର : ରାଜ୍ୟର ବିଭିନ୍ନ ଅଞ୍ଚଳରେ ରାତି ତାପମାତ୍ରା ହ୍ରାସ ପାଇଛି। ୧୧ ସ୍ଥାନରେ ପାରଦ ୨୦ଡିଗ୍ରୀ ତଳେ ରେକର୍ଡ ହୋଇଛି। ପାହାଡିଆ ଅଞ୍ଚଳ ମଧ୍ୟରେ ସେମିଳିଗୁଡାରେ ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସମତଳ ଅଞ୍ଚଳ ମଧ୍ୟରେ ଫୁଲବାଣୀରେ ୧୬.୫ଡିଗ୍ରୀ ରହିଛି। ସେହିଭଳି କେନ୍ଦୁଝର ୧୮.୧, କୋରାପୁଟ ୧୭, ରାୟଗଡା ୧୮.୨, ଦାରିଙ୍ଗବାଡି ୧୬.୫, ନବରଙ୍ଗପୁର ୧୮.୬, ଭବାନୀପାଟଣା ୧୭, ଜି.ଉଦୟଗିରି ୧୫.୨, ଅନୁଗୋଳ ୧୭.୬, ଭଦ୍ରକ ୧୮.୫, ଭୁବନେଶ୍ବର ୨୨.୩ ଏବଂ କଟକରେ ୨୧.୩ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ ହୋଇଛି। ଆସନ୍ତା ୪ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।
Comments are closed.