www.samajalive.in
Saturday, December 6, 2025
26.1 C
Bhubaneswar

ଶୀତଦିନିଆ ତ୍ୱଚା

ଶୀତଦିନେ ଲୋକଙ୍କୁ ପ୍ରାୟତଃ ଆଳସ୍ୟ ଅନୁଭବ ହୋଇଥାଏ। ଥଣ୍ଡା ଅନୁଭବ ହେବା କାରଣରୁ ହାତମୁହଁ ଧୋଇବାକୁ ମଧ୍ୟ ଇଚ୍ଛା ହୋଇନଥାଏ। ମାତ୍ର ମୁହଁ ନଧୋଇବା ଦ୍ୱାରା ଏହା ତ୍ୱଚା ପାଇଁ କ୍ଷତିକାରକ ହୋଇଥାଏ। କର୍ମବ୍ୟସ୍ତତା ମଧ୍ୟରେ ଯେତେ ମଧ୍ୟ ଥକ୍କାପଣ ଅନୁଭବ ହେଲେ ମୁହଁ ସଫା କରି ଶୋଇବା ନିତ୍ୟାନ୍ତ ଆବଶ୍ୟକ। ଜାଣନ୍ତୁ ୪ଟି ସହଜ ଉପାୟ ବିଷୟରେ….
ଅତ୍ୟଧିକ ଥଣ୍ଡା ହେଉଥିଲେ ହାତମୁହଁ ଧୋଇବାକୁ ଇଚ୍ଛା ନହେଲେ ଟିସୁରେ ମୁହଁ ପୋଛନ୍ତୁ। ମାତ୍ର ଏହାପରେ ମୋବାଇଲର ବ୍ୟବହାର କରନ୍ତୁ ନାହିଁ। ତ୍ୱଚାର ଚମକ ବୃଦ୍ଧି ଓ ବଜାୟ ରଖିବା ପାଇଁ ଶୋଇବାର ୩୦ ମିନିଟ ପୂର୍ବରୁ ମୋବାଇଲର ବ୍ୟବହାର କରନ୍ତୁ ନାହିଁ।
ରାତି ୧୧ଟା ସୁଦ୍ଧା ଶୋଇ ପଡନ୍ତୁ। ବିଳମ୍ବିତ ରାତି ଯାଏଁ ଅନିଦ୍ରା ରୁହନ୍ତୁ ନାହିଁ। ଉତ୍ତମ ନିଦ୍ରାରେ ଶୋଇବା ଉତ୍ତମ ତ୍ୱଚା ପାଇଁ ନିତ୍ୟାନ୍ତ ଆବଶ୍ୟକ।
ସପ୍ତାହକୁ ଥରେ ତ୍ୱଚା ପାଇଁ ବାମ୍ଫ ନିଶ୍ଚୟ ନିଅନ୍ତୁ।
ଗାଜର ରସ ; ଥଣ୍ଡା ଦିନରେ ଗାଜରର ଅଧିକ ସେବନ କରିବା ଉଚିତ। ଗାଜର ସେବନ ଦ୍ୱାରା ତ୍ୱଚାର ଚମକ ବୃଦ୍ଧି ପାଇଥାଏ। ଦୃଷ୍ଟି ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। କେଶ ଘନ ହୋଇଥାଏ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଗାଜର ଖାଇବା ସହ ଗାଜରକୁ ଜୁସ୍‍ କରି ମଧ୍ୟ ପିଇପାରିବେ। ସକାଳେ ଜୁସ ସେବନ ଅତ୍ୟନ୍ତ ଲାଭଦାୟକ।
ଗ୍ଲିସରିନ୍‍ ; ଗ୍ଲିସରିନ୍‍ ରେ ଗୋଲାପ ଜଳ, ଲେମ୍ବୁ, ଅଳ୍ପ କିଛି ପରିମାଣରେ ପାଣି ମିଶାନ୍ତୁ। ଏହାକୁ ମୁହଁ ବ୍ୟତୀତ ସମ୍ପୂର୍ଣ୍ଣ ଶରୀରରେ ଲଗାନ୍ତୁ। ଏପରି କରିବା ଦ୍ୱାରା ଶରୀରର ଶୁଷ୍କପଣ ଦୂର ହୋଇଥାଏ। ଏହାକୁ ବ୍ୟବହାର କରିବା ଦ୍ୱାରା ଥଣ୍ଡା ମଧ୍ୟ ଅଧିକ ଅନୁଭବ ହୋଇନଥାଏ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories