www.samajalive.in
Saturday, December 6, 2025
19.1 C
Bhubaneswar

ସମ୍ବେଦୀ ସୂଚକାଙ୍କ ୧୧୦୦ ପଏଣ୍ଟ ଖସିଲା; ୨ ମାସ ମଧ୍ୟରେ ପ୍ରଥମ ଥର ୫୯ ହଜାର ତଳେ

ନୂଆଦିଲ୍ଲୀ: ସୋମବାର ଦିନ ଷ୍ଟକ ଏକ୍ସଚେଞ୍ଜର ବେଞ୍ଚମାର୍କ ସୂଚକାଙ୍କ ଆଶାତୀତ ଭାବରେ ହ୍ରାସପାଇଛି । ବିଶ୍ୱସ୍ତରରେ ଚାହିଦା ନିମ୍ନରେ ରହିବା କାରଣରୁ ଷ୍ଟକ ବଜାରରେ କାରବାର ମାନ୍ଦା ରହିଥିଲା । ଏଥିସହିତ ସମ୍ବେଦୀ ସୂଚକାଙ୍କ ସୋମବାର କାରବାର ସମୟରେ ୧୧୦୦ ପଏଣ୍ଟରୁ ଅଧିକ ହ୍ରାସପାଇ ୫୮,୪୬୫ ପଏଣ୍ଟରେ ପହଞ୍ଚିଥିଲା । ପାଖାପାଖି ଦୁଇମାସ ମଧ୍ୟରେ ଏହା ସମ୍ବେଦୀ ସୂଚକାଙ୍କର ସର୍ବନିମ୍ନ ସ୍ତର ବୋଲି ଜଣାଯାଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ନିଫଟି ୫୦ରେ ୩୧୯ ପଏଣ୍ଟ ହ୍ରାସପାଇବା ସହିତ ଏହା ୧୭,୫୦୦ ପଏଣ୍ଟକୁ ଖସିଆସିଥିଲା । ଏହି ସମୟ ମଧ୍ୟରେ ପ୍ରାୟ ୭୭୪ଟି ସେୟାର ମୂଲ୍ୟରେ ବୃଦ୍ଧି ଘଟିଥିବାବେଳେ ୨୩୦୬ ସେୟାର ମୂଲ୍ୟ ହ୍ରାସ ପାଇଥିଲା । ସେହି ସମୟରେ ୧୪୧ଟି କମ୍ପାନୀର ସେୟାର ମୂଲ୍ୟ ଅପରିବର୍ତ୍ତିତ ଥିଲା । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଉପର ମିଡକ୍ୟାପ ଏବଂ ସ୍ମଲକ୍ୟାପ ସୂଚକାଙ୍କରେ ପ୍ରତ୍ୟେକ ୨% ହ୍ରାସ ଘଟିଥିଲା । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଭଳି ବୃହତ କମ୍ପାନୀର ସେୟାର ମୂଲ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଥିବା ଜଣାଯାଇଛି । ସୋମବାର ଦିନ କାରବାର ଆରମ୍ଭରେ ଏସୀୟ ଷ୍ଟକ ବଜାରଗୁଡିକରେ ସମାନ ପରିସ୍ଥିତି ପରିଲକ୍ଷିତ ହୋଇଥିଲା । ଟୋକିଓ, ହଂକଂ, ସିଡନି, ୱେଲିଂଟନ, ତାଇପେ, ମାନିଲା ଏବଂ ଜାକର୍ତ୍ତାରେ ଷ୍ଟକ ଏକ୍ସଚେଞ୍ଜଗୁଡିକରେ ସୂଚକାଙ୍କ ତଳକୁ ଖସିଆସିଥିଲା । ତେବେ ସେହି ସମୟରେ ସିଓଲ ଏବଂ ସିଙ୍ଗାପୁର ଏକ୍ସଚେଞ୍ଜରେ ସୂଚକାଙ୍କରେ ବୃଦ୍ଧି ପରିଲକ୍ଷିତ ହୋଇଥିବା ଜଣାଯାଇଛି ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories