www.samajalive.in
Saturday, December 6, 2025
15.1 C
Bhubaneswar

ବ୍ରହ୍ମପୁର ବାଳ ସୁଧାର ଗୃହରୁ ପୁଣି ୬ ଅନ୍ତେବାସୀ ଚମ୍ପଟ

ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ବାଳକ ପର୍ଯ୍ୟବେକ୍ଷଣ ଆବାସ ଓ ସ୍ବତନ୍ତ୍ର ଆବାସରୁ ଗତକାଲି ବିଳମ୍ବିତ ରାତିରେ ୬ ଜଣ ଅନ୍ତେବାସୀ ଚମ୍ପଟ ମାରିଛନ୍ତି। ଏହି ଅନ୍ତେବାସୀମାନେ ଏକାଠି ଫାଟକ ଭାଙ୍ଗି ବାହାରକୁ ଆସିବା ପରେ ସହର ଛାଡି କେଉଁଆଡେ ଫେରାର ହୋଇଯାଇଛନ୍ତି। ଘଟଣାକୁ ନେଇ ସୁଧାର ଗୃହର ଅଧୀକ୍ଷକ ପି. ରମେଶ ରାଓ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବରପାଇ ବ୍ରହ୍ମପୁର ଉପଜିଲାପାଳ ଭି. କୀର୍ତ୍ତୀଭାସନ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡଙ୍ଗୀ ବାଳସୁଧାର ଗୃହରେ ପହଞ୍ଚି ଏହାର ସୁରକ୍ଷା ଯାଞ୍ଚ କରିଛନ୍ତି।

ସୂଚନାଯୋଗ୍ୟ, ବ୍ରହ୍ମପୁର ମଣ୍ଡଳ କାରାଗାର ନକଟରେ ଥିବା ଏହି ବାଳ ସୁଧାର ଗୃହରେ ରାଜ୍ୟ ବିଭିନ୍ନ ଜିଲାର ୧୧୬ ଜଣ ନାବାଳକ ରହୁଛନ୍ତି। ବିଭିନ୍ନ ଅପରାଧୀକ ମାମଲାରେ ଜଡିତ ହେବା ପରେ କିଶୋର ନ୍ୟାୟ ବୋର୍ଡଙ୍କ ନିର୍ଦେଶପ୍ରକାରେ ନାବାଳକଙ୍କୁ ଏଠାରେ ରଖାଯାଉଛି। ଗତକାଲି ରାତି ୨ଟା ୪୫ ସମୟରେ ଗୃହର କର୍ମଚାରୀମାନେ ଶୋଇଥିବା ବେଳେ ଭିତରେ ରହୁଥିବା ୬ ଜଣ ଅନ୍ତୋବାସୀ ମୁଖ୍ୟ ଫାଟକ ଭାଙ୍ଗି ଚମ୍ପଟ ମାରିଥିଲେ। ଫେରାର ଅନ୍ତୋବାସୀଙ୍କ ମଧ୍ୟରେ ବ୍ରହ୍ମପୁରର ଜଣେ, ଚାମଖଣ୍ଡିର ଜଣେ, ପୁରୀ ଜିଲାର ଜଣେ, କୋରାପୁଟର ୨ ଜଣ ଓ ଜଗପତି ଜିଲାର ଜଣେ ଅନ୍ତେବାସୀ ରହିଛନ୍ତି। ଏପଟେ ସୁଧାର ଗୃହରେ ଲାଗିଥିବା ସିସିଟିଭି ଫୁଟେଜ ଖରାପ ହୋଇ ପଡ଼ିଥିବାରୁ ସେମାନଙ୍କ ଫେରାର ହେବାର ଦୃଶ୍ୟ କଏଦ ହୋଇପାରିନାହିଁ। ଗୃହର ଅଧୀକ୍ଷକଙ୍କ ସୂଚନାପ୍ରକାରେ ଥାନାରେ ଏକ ଷ୍ଟେସନ ଡାଏରୀ କରାଯାଇ ଫେରାର ଅନ୍ତେବାସୀଙ୍କୁ ଖୋଜାଚାଲିଛି ବୋଲି ବୈଦ୍ୟନାଥପୁର ଥାନା ଅଧିକାରୀ ରାମକୁମାର ମୁର୍ମୁ କହିଛନ୍ତି।

- Advertisement -

ପ୍ରକାଶ ଥାଉକି, ଗତବର୍ଷ ମଧ୍ୟ ସମାନ ଧରଣର ଘଟଣା ଘଟିଥିଲା। ଏହି ଗୃହରେ ରହୁଥିବା ଅନ୍ତୋବାସୀଙ୍କ ମଧ୍ୟରୁ ୭ ଜଣ ଫାଟକ ଜଗୁଆଳଙ୍କୁ ମାଡ ମାରି ଫେରାର ହୋଇଯାଇଥିଲେ। ବୈଦ୍ୟନାଥପୁର ଥାନା ପୁଲିସ ୬ ଜଣ ଫେରାର ନାବାଳକଙ୍କୁ ଉଦ୍ଧାର କରିଥିବା ବେଳେ ଆଜି ସୁଧା ଜଣେ ନାବାଳକଙ୍କୁ ଠାବ କରାଯାଇ ପାରିନାହିଁ। ଏଭଳି ସ୍ଥିତିରେ ଆଜି ପୁଣି ୬ ଜଣ ନାବାଳକ ଫେରାର ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଏ ନେଇ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନଙ୍କୁ ପଚରାଯିବାରେ ସେ କହିଛନ୍ତି ଘଟଣାକୁ ନେଇ ତଦନ୍ତ କରାଯିବ। ସେଠାରେ ରହୁଥିବା ଅନ୍ତେବାସୀଙ୍କୁ ଅଧିକ କାଉନସେଲିଂ କରାଯିବା ଆବଶ୍ୟକ। ସେହିପରି ଗୃହରେ କାର୍ଯ୍ୟରତ କର୍ମଚାରୀମାନେ ଅଧିକ ଦାୟୀତ୍ବବାନ ହେବା ଉଚିତ ବୋଲି ଶ୍ରୀମତି ପ୍ରଧାନ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories