www.samajalive.in
Saturday, December 6, 2025
17.1 C
Bhubaneswar

ଥଣ୍ଡା ଜନିତ ସମସ୍ୟାରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଉପାୟ

ଶୀତଦିନେ ସମସ୍ତଙ୍କୁ ସାଧାରଣତଃ ଥଣ୍ଡା, ସର୍ଦ୍ଦି ଓ କାଶ ହୋଇଥାଏ। ସେଥିପାଇଁ ସମସ୍ତେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଖାଇଥାନ୍ତି। ଶୀତଦିନେ ଥଣ୍ଡା ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବାରମ୍ବାର ଔଷଧ ଖାଇବା ସ୍ବାସ୍ଥ୍ୟ ପାଇଁ ହିତକାରକ ହୋଇ ନଥାଏ। ଶୀତଦିନେ ଔଷଧ ବଦଳରେ ଘରୋଇ ଉପଚାର ଦ୍ବାରା ଆପଣ ସୁସ୍ଥ ରହିପାରିବେ।

ଅଦା : ୧୦୦ଗ୍ରାମର ଅଦାରେ ପେଷ୍ଟ ପ୍ରସ୍ତୁତ କରି ସେଥିରେ ୩ଚାମଚ ମହୁ ମିଶାଇ ଦିଅନ୍ତୁ। ସେହି ପେଷ୍ଟକୁ ପ୍ରତିଦିନ ଦୁଇ ଚାମଚ ଖାଆନ୍ତୁ।

- Advertisement -

ଚା : ଏକ ଗ୍ଲାସ ପାଣିରେ ୨ରୁ ୪ଟି ଲବଙ୍ଗ, ୨ରୁ ୪ଟି ଗୋଲମରିଚ ଓ ଛୋଟ ଖଣ୍ଡେ ଅଦା ପକାଇ ଫୁଟାନ୍ତୁ। ତାପରେ ସେଥିରେ ଏକ ଚାମଚ ଲେମ୍ବୁ ରସ ଓ ଏକ ଚାମଚ ମହୁ ମିଶାଇ ୨ରୁ ୩ଥର ପିଅନ୍ତୁ।ରସୁଣ : ସକାଳୁ ଉଠିବା ପରେ ୩ରୁ ୪ କୋଲା ରସୁଣ ଭଲ ଭାବେ ଚୋବାଇ ଦିଅନ୍ତୁ। ରସୁଣରେ ଆଣ୍ଟି-ବ୍ୟାକ୍ଟେରିଆଲ ତତ୍ତ୍ବ ଥିବାରୁ ତାହା କଫ ଓ କାଶ ଦୂର କରିବାରେ ସାହାଯ୍ୟ କରିଥାଏ।

ଗାଜର : ଗାଜରରେ ଭିଟାମିନ ସି ଓ ଆଣ୍ଟିଅକ୍ସିଡାଣ୍ଟସ ଭରପୂର ମାତ୍ରାରେ ରହିଛି। ପ୍ରତିଦିନ ଏକ କପ ଗାଜର ରସରେ ୨ଚାମଚ ମହୁ ମିଶାଇ ଦିନକୁ ୩ରୁ ୪ଥର ପିଅନ୍ତୁ।

କ୍ଷୀର ଓ ଗୋଲମରିଚ : ଗୋଟିଏ ଗ୍ଲାସ ଗରମ କ୍ଷୀରରେ ଅଳ୍ପ ଟିକେ ଗୋଲମରିଚ ଗୁଣ୍ଡ ଓ ଏକ ଚାମଚ ମହୁ ମିଶାଇ ନିୟମିତ ରାତିରେ ପିଅନ୍ତୁ।

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories