ବ୍ରହ୍ମଗିରି : ଚିଲିକା ହ୍ରଦ ଡ଼ଲଫିନଙ୍କ ଆବାସସ୍ଥଳୀ ଭାବେ କିଛି ବର୍ଷ ହେବ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଚିଲିକା ହ୍ରଦର ସାତପଡ଼ା ରେଞ୍ଜ ଅନ୍ତର୍ଗତ ମହିଷା ଗାଁ ନିକଟରୁ ବନବିଭାଗ ଏକ ବୟସ୍କ ଡ଼ଲଫିନର ମୃତଦେହ ଉଦ୍ଧାର କରିଛି। ମୃତ ଡ଼ଲଫିନକୁ ବୋଟ ସହାୟତାରେ ସାତପଡ଼ା ରେଞ୍ଜକୁ ଅଣାଯାଇ ତାର ବ୍ୟବଚ୍ଛେଦ କରାଯିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ରେଞ୍ଜ ଅଫିସର କହିଛନ୍ତି।
ସୂଚନା ଅନୁଯାୟୀ, ସୋମବାର ସକାଳେ ମହିଷା ଗାଁ ତଳେ ଚିଲିକାରେ ଏକ ଡ଼ଲଫିନ ଭାସୁଥିବା ନେଇ ବନବିଭାଗକୁ ସୂଚନା ମିଳିଥିଲା। ଖବର ପାଇ ବନବିଭାଗ ଚିଲିକା ଭିତରେ ମୃତ ଡ଼ଲଫିନଟିକୁ ଠାବ କରିଥିଲେ। ମୃତ ଡ଼ଲଫିନର ଲମ୍ବ ପ୍ରାୟ ୧୨ ଫୁଟ ହୋଇଥିବା ବେଳେ ଏହାର ଆନୁମାନିକ ବୟସ ୧୦ ବର୍ଷ ହେବ ବୋଲି ଆକଳନ କରାଯାଉଛି।
ଚିଲିକାରେ ଭାସୁଛି ମୃତ ଡ଼ଲଫିନ
Popular Categories



