ନୂଆଦିଲ୍ଲୀ : ବଢୁଛି ଶୀତ । ହାଡଭଙ୍ଗା ଶୀତରେ ଥରୁଛି ସାରା ଦେଶ । ଅସହ୍ୟ ଜାଡ ଜନଜୀବନକୁ ପୁରା ଅସ୍ତବ୍ୟସ୍ତ କରିଦେଉଛି। ସକାଳ ୧୦ଟା ନହେଲେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି। ତେବେ ଅସହ୍ୟ ଶୀତକୁ ଦୃଷ୍ଟିରେ ରଖି ଜାନୁଆରୀ ୧୨ ତାରିଖ ଯାଏଁ ଦିଲ୍ଲୀ ସହରର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର।
ନର୍ସରୀରୁ ପଞ୍ଚମ ଶ୍ରେଣୀ ଯାଏଁ ସ୍କୁଲ ଛୁଟି ରଖିବାକୁ ନିଷ୍ପତ୍ତି ହୋଇଛି। ବର୍ତ୍ତମାନର ପାଣିପାଗର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏହି ଛୁଟି ଦିନ ବୃଦ୍ଧି କରାଯାଇଛି ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି। ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ଆତିଶି ଏହି ଛୁଟି ଘୋଷଣା କରିଛନ୍ତି ।



