www.samajalive.in
Sunday, December 7, 2025
13.1 C
Bhubaneswar

ଦିଲ୍ଲୀରେ ୫୮ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଗତ ୫୮ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ଏନେଇ ତଥ୍ୟ ଜାରି କରାଯାଇଛି। ସୂଚନାନୁଯାୟୀ, ଦିଲ୍ଲୀରେ ଅକ୍ଟୋବରରେ ଏଭଳି ଶୀତ କେବେ ବି ହୋଇ ନ ଥିଲା। ଦୀର୍ଘ ୫୮ ବର୍ଷ ଅର୍ଥାତ୍‌ ୧୯୬୨ ମସିହା ପରଠାରୁ ଅକ୍ଟୋବରରେ ଦିଲ୍ଲୀର ହାରାହାରି ତାପମାତ୍ରା ୧୭.୨ ଡିଗ୍ରୀ ସେଲ୍‌ସିୟସ୍‌ ରହୁଥିବାବେଳେ ଏବର୍ଷ କିନ୍ତୁ ଦିଲ୍ଲୀରେ ଶୀତ ରେକର୍ଡ ଭାଙ୍ଗି ୧୬.୯ ଡିଗ୍ରୀ ସେଲ୍‌ସିୟସ୍‌ ଡିଗ୍ରୀ ତଳକୁ ଖସି ଆସିଛି।

ଗତ ଗୁରୁବାର ଦିଲ୍ଲୀରେ ସର୍ବନିମ୍ନ ୧୨.୫ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାର ରେକର୍ଡ କରାଯାଇଥିଲା। ଯାହାକି ଗତ ୨୬ ବର୍ଷର ରେକର୍ଡ ଭାଙ୍ଗିଥିଲା। ତେବେ ଦିଲ୍ଲୀ ଆକାଶରେ ବାଦଲର ଆସ୍ତରଣ କମ୍‌ ଥିବା କାରଣରୁ ତାପମାତ୍ରା ସର୍ବନିମ୍ନ ସ୍ତରକୁ ଖସିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ରର ମୁଖ୍ୟ କୁଳଦୀପ ଶ୍ରୀବାସ୍ତବ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories