www.samajalive.in
Monday, December 15, 2025
14.1 C
Bhubaneswar

ମଦ ନେଲା ଜୀବନ; ସ୍ତ୍ରୀ ଦେଲେ ନାହିଁ ଟଙ୍କା, ରାଗିଲେ ସ୍ବାମୀ କଲେ ଆତ୍ମହତ୍ୟା

ଜଂହାପଙ୍କ: ମଦ ପିଇବା ପାଇଁ ସ୍ତ୍ରୀ ଟଙ୍କା ନ ଦେବାରୁ ଏଥିରେ ରାଗିଯାଇ ସ୍ବାମୀ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ବୌଦ୍ଧ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ବୌଦ୍ଧ ଥାନା ଅନ୍ତର୍ଗତ ତେଲିବନ୍ଧ ଗ୍ରାମର ବେଣୁ ବେଜୀ ଆଜି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ପୁଲିସର ସୁଚନା ଅନୁଯାୟୀ ଆଜି ପୂର୍ବାହ୍ନରେ ବେଣୁ ମଦ ପିଇବାକୁ ସ୍ତ୍ରୀଙ୍କୁ କିଛି ଟଙ୍କା ମାଗିଥିଲେ। କିନ୍ତୁ ବାରମ୍ବାର ମଦ ପିଉଥିବାରୁ ସ୍ତ୍ରୀ କୁଆଡେ ବେଣୁକୁ ଟଙ୍କା ନ ଦେଇ ଘରୁ ଅନ୍ୟତ୍ର ଚାଲିଯାଇଥିଲେ। ଏଥିରେ ରାଗିଯାଇ ବେଣୁ ରାଗିଯାଇ ନିକଟସ୍ଥ ଝରିଆକୁ ଯାଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। କିଛି ଯୁବକ ଦେଖିଦେବାରୁ ସେଠାରୁ ବେଣୁଙ୍କୁ ଆଣି ଘରେ ଛାଡ଼ି ଦେଇଥିଲେ। ଘରେ ସ୍ତ୍ରୀ ଓ ଏକମାତ୍ର ପୁଅ ନଥିବାରୁ ଏହାର ସୁଯୋଗ ନେଇ ବେକରେ ଦଉଡି ଦେଇ ବେଣୁ ଆତ୍ମହତ୍ୟା କରିଥିଲେ। ପାଖରେ ଥିବା କିଛି ଲୋକ କବାଟ ବନ୍ଦଥିବା ଦେଖି କବାଟ ବାଡେଇ ଥିଲେ। କବାଟ ନଖୋଲିବାରୁ ଜଂହାପଙ୍କ ଫାଣ୍ଡି ଅଧିକାରୀଙ୍କୁ ଖବର ଦେଇଥିଲେ। ପୁଲିସ ଉପସ୍ଥିତରେ କବାଟ ଭାଙ୍ଗି ବେଣୁଙ୍କୁ ଉଦ୍ଧାର କରି ୧୦୮ ଯୋଗେ ବୌଦ୍ଧ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ଡାକତର ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ସ୍ଥାନୀୟ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ କରାଯାଇଥିଲା।ଏକମାତ୍ର ପୁଅ ପ୍ରଦୀପ ବେଜୀ ମୁଖାଗ୍ନି ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories