www.samajalive.in
Wednesday, December 10, 2025
17.1 C
Bhubaneswar

ରୋହିଂଗ୍ୟା ସଙ୍କଟ ବଢ଼ିଲା: ମିଆଁମାର୍ ଶରଣାର୍ଥୀଙ୍କୁ ବାଂଲାଦେଶର ନାଁ

ନୂଆଦିଲ୍ଲୀ: ମିଆଁମାରରୁ ପଳାୟନ କରୁଥିବା ରୋହିଂଗ୍ୟା ଶରଣାର୍ଥୀଙ୍କୁ ବାଂଲାଦେଶ ଆଉ ଆଶ୍ରୟ ଦେବ ନାହିଁ ବୋଲି ଜାତିସଙ୍ଘ ସୁରକ୍ଷା ପରିଷଦକୁ ସ୍ପଷ୍ଟ କରିଛି। ଶରଣାର୍ଥୀଙ୍କ ପ୍ରତ୍ୟାବର୍ତ୍ତନ ନେଇ ମ୍ୟାମାଁର ଦେଇଥିବା ଭରସା ନିରର୍ଥକ ବୋଲି ବାଂଲାଦେଶ ବିଦେଶ ସଚୀବ ଶାହୀଦୁଲ ହକ କହିଛନ୍ତି। ୨୦୧୬ ଏବଂ ୨୦୧୭ରେ ମିଆଁମାର୍ ସେନା ଭିତରେ ଦେଖା ଦେଇଥିବା ଅରାଜକତା ଯୋଗୁ ପ୍ରାୟ ୭ଲକ୍ଷ ୪୦ହଜାର ରୋହିଂଗ୍ୟା ମୁସଲମାନ ବାଂଲାଦେଶରେ ଆଶ୍ରୟ ନେଇଛନ୍ତି। ଜାତିସଙ୍ଘ ଏହି ସମସ୍ୟାକୁ ଧର୍ମ ଓ ଜାତିଭିତ୍ତିକ ବୋଲି ବର୍ଣନା କରିଥିବା ବେଳେ ମିଆଁମାର୍ ରୋହିଂଗ୍ୟା ମୁସଲମାନମାନଙ୍କ ପ୍ରତି କୌଣସି ଅତ୍ୟାଚାର କରି ନ ଥିବା କହିଥିଲା। ୨୦୧୮ ଜାନୁଆରୀରେ ଶରଣାର୍ଥୀଙ୍କ ମିଆଁମାର୍ ପ୍ରତ୍ୟାବର୍ତ୍ତନ ନେଇ ମ୍ୟାମାଁର ଏବଂ ବାଂଲାଦେଶ ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଥିଲା, ଯେଉଁଥିରେ ପ୍ରତ୍ୟେକ ସପ୍ତାହରେ ମ୍ୟାମାଁର ୧୫୦୦ ଜଣ ରୋହିଂଗ୍ୟାଙ୍କୁ ନିଜ ଦେଶକୁ ଫେରାଇ ନେବା ପାଇଁ ସହମତି ପ୍ରକାଶ କରିଥିଲା ଏବଂ ବାଂଲାଦେଶ ସମସ୍ତ ରୋହିଂଗ୍ୟା ଶରଣାର୍ଥୀଙ୍କୁ ଦୁଇ ବର୍ଷ ମଧ୍ୟରେ ମିଆଁମାରକୁ ପଠାଇବା ଉଦ୍ଦେଶ୍ୟ ଥିଲା। ଜାତିସଙ୍ଘ ସୁରକ୍ଷା ପରିଷଦ ବୈଠକରେ ବିଦେଶ ସଚୀବ ଶାହୀଦୁଲ ହକ କହିଛନ୍ତି ଯେ ବାଂଲାଦେଶ ଆଉ ଅଧିକ ରୋହିଂଗ୍ୟା ଶରଣାର୍ଥୀଙ୍କୁ ଆଶ୍ରୟ ଦେଇ ପାରିବ ନାହିଁ। ସେ କହିଛନ୍ତି, କୌଣସି ଜଣେ ବି ଶରଣାର୍ଥୀ ନିଜ ଦେଶକୁ ଫେରିବାକୁ ଇଚ୍ଛା ପ୍ରକାଶ କରିନାହାନ୍ତି। ପଡୋଶୀ ଦେଶ ଦ୍ୱାରା ନିର୍ଯ୍ୟାତିତମାନଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରିଥିବାରୁ କଣ ବାଂଲାଦେଶ ଉତ୍ତରଦାୟୀ ବୋଲି ସେ ପ୍ରଶ୍ନ କରିଛନ୍ତି। ଜାତିସଂଘରେ ମିଆଁମାର୍ ରାଜଦୂତ ହାଉ ଡୋ ସୁଆନ ଧୈର୍ଯ୍ୟର ସହ ପଦକ୍ଷେପ ନେବାକୁ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories