ଟପିଯିବ କି ଭାରତ ! ଜାପାନରେ ଆର୍ଥିକ ମାନ୍ଦାବସ୍ଥା- ଏତିକି ତଳକୁ ଖସିଲା ଅର୍ଥନୀତି

ଟୋକିଓ- ଜାପାନରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି । ଲଗାତାର ଭାବେ ତ୍ରୈମାସିକ ଜିଡିପିରେ ହ୍ରାସ ପରିଲକ୍ଷିତ ହୋଇଛି । ଜାପାନ ବିଶ୍ୱର ତୃତୀୟ ସବୁଠାରୁ ବଡ ଅର୍ଥ ବ୍ୟବସ୍ଥା ଥିଲା । ଏବେ ଜର୍ମାନ ସେହି ସ୍ଥାନରେ ପହଞ୍ଚିଛି ।

ଗତ ତିନିମାସରେ ଜାପାନର ଅର୍ଥବ୍ୟବସ୍ଥା ୩.୩ ପ୍ରତିଶତ ହ୍ରାସ ପାଇଛି । ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଜାପାନର ଅର୍ଥବ୍ୟବସ୍ଥା ୦.୪ ପ୍ରତିଶତ ହ୍ରାସ ପାଇଥିଲା । ଏହାର ଘରୋଇ ଉତ୍ପାଦ ହ୍ରାସ ପାଇଛି ।

prayash

ଜାପାନର ସରକାରୀ ସୂଚନା ଅନୁସାରେ ୨୦୨୩ ମସିହାରେ ଜାପାନର ସଫଳ ଘରୋଇ ଉତ୍ପାଦ ୪.୨ ଟ୍ରିଲିୟନ ଆମେରିକୀୟ ଡଲାରର ଥିଲା । ହେଲେ ଜର୍ମାନର ୪.୫ ଟ୍ରିଲିୟନ ଆମେରିକୀୟ ଡଲାରର ଥିଲା । ସେହପରି ଡଲାର ତୁଳନାରେ ୟେନର ମୂଲ୍ୟ ମଧ୍ୟ ହ୍ରସ ପାଇଛି । ଡଲାର ତୁଳନାରେ ୨୦୨୨ ଏବଂ ୨୩ ଆର୍ଥିକ ବର୍ଷରେ ଏହା ୧୮ ପ୍ରତିଶତ ହ୍ରାସ ପାଇଛି ।

ଜାପାନ ୧୯୬୦ ମସିହାରେ ବିଶ୍ୱର ଦ୍ୱିତୀୟ ଅର୍ଥ ବ୍ୟବସ୍ଥା ଥିଲା । ଯୁବ ସଂଖ୍ୟା ଉଚ୍ଚ ବିକାଶ ଦର ଯୋଗୁଁ ଏହି ଦଶକର ଅନ୍ତବେଳକୁ ଆମେରିକା ଏବଂ ଚୀନ୍‌ ପରେ ଭାରତ ବିଶ୍ୱର ସବୁଠାରୁ ବିକଶିତ ଅର୍ଥବ୍ୟବସ୍ଥା ହୋଇଯିବାର ସମ୍ଭାବନା ରହିଛି । ୨୦୨୬ ବେଳକୁ ଏହା ଜାପାନ ଏବଂ ଜର୍ମାନକୁ ଟପିଯିବ ବୋଲି ଅନୁମାନ କରାଯାଉଛି ।

Comments are closed.