ସାଣ୍ଟିଆଗୋ: ଚିଲିରେ ଭୟଙ୍କର ରୂପ ନେଉଛି ଜଙ୍ଗଲ ନିଆଁ। ବର୍ତ୍ତମାନ ସୁଦ୍ଧା ୧୧୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି। ହଜାର ହଜାର ଲୋକ ଏଥିରେ ନିଖୋଜ ଥିବା ସୂଚନା ମିଳିଛି। ନିଆଁ ଲାଗି ୧୪୦୦ ଘର ପୋଡି ପାଉଁଶ ହୋଇଯାଇଛି। ଜଙ୍ଗଲ ନିଆଁ ଜନିତ ଧୂଳି ଓ ଧୂଆଁରେ କେନ୍ଦ୍ରୀୟ ଚିଲିର ପ୍ରାୟ ୧୦ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଜଙ୍ଗଲ ନିଆଁକୁ ଲିଭାଇବା ଲାଗି ହେଲିକପ୍ଟର ଓ ଦମକଳ ନିୟୋଜିତ ହୋଇଛି। ପର୍ଯ୍ୟଟନ ସହର ଭିନା ଡେଲ ମାର ବନାଗ୍ନିରେ ସର୍ବାଧିକ ପ୍ରଭାବିତ ହୋଇଥିବାବେଳେ ଉଦ୍ଧାରକାରୀ ଦଳ ସମସ୍ତ ଅଞ୍ଚଳରେ ପହଞ୍ଚିପାରି ନାହିଁ। ଜଙ୍ଗଲ ନିଆଁ ମଧ୍ୟରେ ଅନେକ ପର୍ଯ୍ୟଟକ ଫସି ରହିଛନ୍ତି। ତବେତେବେ ରାଷ୍ଟ୍ରପତି ଗାବ୍ରିଏଲ ବୋରିକ୍ କହିଛନ୍ତି ଯେ ଦେଶ ବଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଚିଲିରେ ଜଙ୍ଗଲ ନିଆଁ ଏକ ସାଧାରଣ ଘଟଣା। ଗତବର୍ଷ ଜଙ୍ଗଲ ନିଆଁ ଯୋଗୁଁ ୯ଲକ୍ଷ ୯୦ହଜାର ହେକ୍ଟର ଜଙ୍ଗଲ ପୋଡି ଯିବା ସହିତ ୨୭ଜଣ ଲୋକ ପ୍ରାଣ ହରାଇଥିଲେ।
ଚିଲିରେ ଜଳୁଛି ଜଙ୍ଗଲ: ବର୍ତ୍ତମାନ ସୁଦ୍ଧା ୧୧୨ ଜଣଙ୍କର ମୃତ୍ୟୁ, ଆଗକୁ ଆହୁରି ବଢିବା ସମ୍ଭାବନା
Popular Categories



