www.samajalive.in
Saturday, December 6, 2025
15.1 C
Bhubaneswar

ପତ୍ନୀର ଟାଙ୍ଗିଆ ଆକ୍ରମଣରେ ସ୍ୱାମୀ ଗୁରୁତର

କଲମପୁର: ଘରୋଇ ଗଣ୍ଡଗୋଳରୁ ପତ୍ନୀର ଟାଙ୍ଗିଆ ଆକ୍ରମଣରେ ସ୍ୱାମୀ ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି ହେଇଥିବା ଖବର ମିଳିଥିବା ବେଳେ ବେଳେ ପରିବାର ଲୋକଙ୍କ ଏତଲାକୁ ଭିତି କରି ପୁଲିସ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରି କୋର୍ଟ ·ଚାଲାଣ କରିଛି। ପୁଲିସ କହିବା ମୁତାବକ ଥୁଆମୁଳ ରାମପୁର ଥାନା ଅଧିନସ୍ଥ ଉପରଝାପି ଗ୍ରାମର ୩୩ ବର୍ଷିୟ ହରି ମାଝୀ ଓ ତାର ପତ୍ନୀ ଲଚିମ ମାଝୀଙ୍କ ମଧ୍ୟରେ ଅନେକ ସମୟରେ ଗଣ୍ଡଗୋଳ ଲାଗି ରହୁଥିଲା। ଗତ ସଂଧ୍ୟାରେ ଉଭୟଙ୍କ ମଧ୍ୟରେ ପୁଣି ଗଣ୍ଡଗୋଳ ହେବା ସହ କ୍ରୋଧରେ ଉଭୟେ ଅଣାୟତ ହେଇ ପଡିଥିଲେ। ଅତି କ୍ରୋଧ ହେଇ ସ୍ତ୍ରୀ ଲଚିମ ନିକଟରେ ଥିବା ଏକ ଟାଙ୍ଗିଆରେ ସ୍ୱାମୀ ହରି ଉପରେ ଆକ୍ରମଣ କରିଥିଲା। ଟାଙ୍ଗିଆ ଚୋଟଟି ହରି ମାଝୀର ବେକରେ ବାଜିଥିଲା। ଟାଙ୍ଗିଆ ଚୋଟରେ ହରି ଗୁରୁତର ହେଇ ତଳେ ପଡିଯାଇଥିଲା। ତୁରନ୍ତ ତାକୁ କିଛି ଲୋକ ଉଦ୍ଧାର କରି ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ହରିର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ପରିବାର ଲୋକ କହିଛନ୍ତି। ଅନ୍ୟପଟେ ହରିର ପରିବାର ତରଫରୁ ସୋମବାର ସକାଳେ ଏନେଇ ଥୁଆମୁଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପାଇବାପରେ ଭାରପ୍ରାପ୍ତ ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ଅବସ୍ଥା ଅନୁଧ୍ୟାନ କରିଥିଲେ। ପରେ ପୁଲିସ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି। ହତ୍ୟା ଉଦ୍ୟମ ଧାରା ୩୦୭ ଅନୁସାରେ ହରିର ସ୍ତ୍ରୀ ଲଚିମକୁ ଗିରଫ କରିବା ସହ ଲଚିମ ବ୍ୟବହାର କରିଥିବା ଟାଙ୍ଗିଆକୁ ପୁଲିସ ଜବତ କରିଛି। ସୋମବାର ସଂଧ୍ୟାରେ ଲଚିମକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories