www.samajalive.in
Friday, December 5, 2025
26.1 C
Bhubaneswar

କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ ସରକାର ସଂମ୍ପୂର୍ଣ୍ଣ ପ୍ରସ୍ତୁତ : ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ :  ଇରାନ୍‍, ଜାପାନ୍‍, ଦକ୍ଷିଣ କୋରିଆ ଓ ସିଙ୍ଗାପୁର ଭଳି ଦେଶଗୁଡ଼ିକୁ ଗସ୍ତ ନ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ଲୋକମାନେ ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଜ୍ୱର ଏବଂ ଗଳା କିମ୍ବା ଶ୍ୱାସ ପ୍ରଶ୍ୱାସରେ ଯନ୍ତ୍ରଣା ଆଦି ଲକ୍ଷଣ ଦେଖାଦେଲେ ଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଲୋକମାନଙ୍କୁ କହିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଦେଶଗୁଡ଼ିକରୁ ଆସୁଥିବା ଯାତ୍ରୀମାନଙ୍କର ୨୧ଟି ବିମାନ ବନ୍ଦର, ୧୨ଟି ବନ୍ଦର ଓ ୬୫ଟି କ୍ଷୁଦ୍ର ବନ୍ଦରରେ ପୃଥକ ଭାବେ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍‍ କରାଯାଉଛି। ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ବୈଦେଶିକ ମନ୍ତ୍ରଣାଳୟ ଇରାନ ସ୍ଥିତ ଭାରତୀୟ ଦୂତାବାସ ସହ ନିରନ୍ତର ଯୋଗାଯୋଗ ରକ୍ଷା କରିଛି ଓ ସେଠାରେ ଥିବା ଭାରତୀୟ ନାଗରିକମାନଙ୍କ ସମ୍ବନ୍ଧରେ ସଠିକ୍‍ ତଥ୍ୟ ସଂଗ୍ରହ କରିବା ପାଇଁ କହିଛି। ମନ୍ତ୍ରୀ କହିଛନ୍ତି, କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଯେକୌଣସି ପରିସ୍ଥିତି ସୃଷ୍ଟି ହେବା ସ୍ଥଳେ ତାହାର ମୁକାବିଲା କରିବାକୁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ମନ୍ତ୍ରୀମାନଙ୍କର ଏକ ଗୋଷ୍ଠୀ ଏହା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

ସୂଚନା ଯୋଗ୍ୟ ଦେଶରେ ଆଉ ଦୁଇ ଜଣ ଲୋକ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାର ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣେ ଦିଲ୍ଲୀର ବାସିନ୍ଦା ହୋଇଥିବା ବେଳେ ଆଉ ଜଣେ ତେଲଙ୍ଗାନାର ବାସିନ୍ଦା। ଦିଲ୍ଲୀର ସଂକ୍ରମିତ ବ୍ୟକ୍ତି ଜଣଙ୍କ ଇଟ୍ଟାଲି ଫେରିଥିଲେ। ତେଲଙ୍ଗାନାର ସଂକ୍ରମିତ ବ୍ୟକ୍ତି ଜଣଙ୍କ ଦୁବାଇରୁ ଫେରି ଥିବା ଜଣାପଡ଼ିଛି। ସେମାନଙ୍କର ଅନ୍ୟ ସ୍ଥାନଗୁଡ଼ିକୁ ଗସ୍ତ ସଂକ୍ରାନ୍ତରେ ଖବର ସଂଗ୍ରହ କରାଯାଉଛି। ଉଭୟ ସଂକ୍ରମିତ ଲୋକଙ୍କ ଅବସ୍ଥା ସ୍ଥିର ରହିଛି ଓ ସେମାନଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories