www.samajalive.in
Friday, December 5, 2025
20.1 C
Bhubaneswar

ଦିଲ୍ଲୀ ଉପରେ ଦେଶର ନଜର, ବିଜେପି ସାଂସଦଙ୍କୁ ନିଦ ନାହିଁ

ନୂଆଦିଲ୍ଲୀ: ରାତି ପାହିଲେ ଦିଲ୍ଲୀର ଭୋଟ ବାକ୍ସ ଖୋଲିବ। କିଏ ଦିଲ୍ଲୀରେ ରାଜ୍‌ କରିବ ତାହାର ନିର୍ଣ୍ଣୟ ହେବ। ସେଥିପାଇଁ ସାରା ଦେଶବାସୀଙ୍କ ନଜର ରହିଛି ଦିଲ୍ଲୀ ଉପରେ। ଦିଲ୍ଲୀ ଦେଶର ରାଜଧାନୀ ହୋଇଥିବାରୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଏଠାରେ ସିଂହାସନ ଦଖଲ କରିବାକୁ ଆଶା ବାନ୍ଧି ରଖିଛି। ଏକ୍‌ଜିଟ୍‌ ପୋଲ୍‌ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ସମର୍ଥନରେ ଯାଇଥିଲେ ହେଁ ବିଜେପି ଏହାକୁ ଭରସା କରୁନାହିଁ। ଦିଲ୍ଲୀରେ ସରକାର ଗଢ଼ିବାକୁ ବିଜେପି ଦୃଢ଼ ଆଶାବାଦୀ ରହିଛି। ସେପଟେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ମଧ୍ୟ ନିଜର ବିଜୟ ନିଶ୍ଚିତ ବୋଲି ଦାବି କରୁଛି। ଗତ ୫ ବର୍ଷ ଭିତରେ ଦଳ ଦିଲ୍ଲୀବାସୀଙ୍କ ବିକାଶର ସାରଥି ସାଜିଥିବାରୁ ଲୋକେ ଦଳକୁ ଆଉ ଥରେ ସୁଯୋଗ ଦେବେ ବୋଲି କେଜ୍ରିୱାଲ ଆଶା କରିଛନ୍ତି। ଅନ୍ୟପଟେ କଂଗ୍ରେସର ସ୍ଥିତି ଭଲ ନ ଥିଲେ ବି ଦଳ କ୍ଷମତାକୁ ଫେରିବା ଲକ୍ଷ୍ୟରେ ରହିଛି।

ତେବେ ଫଳାଫଳକୁ ସବୁଠୁ ବେଶୀ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି ବିଜେପି ନେତା, ମନ୍ତ୍ରୀ ଓ ସାଂସଦମାନେ। ସକାଳ ହେଲେ ଭୋଟ ଗଣତି ଆରମ୍ଭ ହେବାକୁ ଥିବାବେଳେ ଦଳର ନେତା ଓ ସାଂସଦମାନଙ୍କୁ ନିଦ ନାହିଁ। ବିଶେଷ କରି ବିଜେପି ସାଂସଦମାନେ ଦିଲ୍ଲୀରେ ପ୍ରଚାର ମଙ୍ଗ ଧରିଥିବାରୁ ସେମାନଙ୍କୁ ବେଶୀ ଚିନ୍ତା ଘାରିଛି। ଦିଲ୍ଲୀ ବିଜେପି ନେତା ଓ କର୍ମୀମାନେ ଇଭିଏମ କେନ୍ଦ୍ର ନିକଟରେ ୪ ଦିନ ହେଲା ଡେରା ପକାଇଛନ୍ତି। କେବଳ ବିଜେପି ନୁହେଁ, କଂଗ୍ରେସ ଏବଂ ଆପ୍‌ ନେତାମାନଙ୍କ ଅବସ୍ଥା ବି ସମାନ।

- Advertisement -

କେତେଜଣ ବିଜେପି ସାଂସଦଙ୍କ କହିବା ଅନୁସାରେ, ସେମାନଙ୍କୁ ଯେଉଁ ବିଧାନସଭା କ୍ଷେତ୍ରରେ ପ୍ରଚାର ଦାୟିତ୍ଵ ଦିଆଯାଇଥିଲା, ସେଠାରେ ଦଳର ଅବସ୍ଥା ଏତେ ଖରାପ ନ ଥିଲା, ଯେତିକି ଏକଜିଟ୍‌ ପୋଲ୍‌ ଫଳାଳଫରେ ଦର୍ଶାଯାଇଛି। ଏକ୍‌ଜିଟ୍‌ ପୋଲ୍‌ ଫଳାଫଳ ପରେ ବିଜେପିର ପ୍ରଦେଶ ଅଧ୍ୟକ୍ଷ ମନୋଜ ତିୱାରୀଙ୍କ ଟ୍ବିଟ୍‌କୁ ନେଇ ବି ଚର୍ଚ୍ଚା ଜୋର ଧରିଛି। ଦଳ ରାଜଧାନୀରେ ୪୮ ଆସନରେ ବିଜୟୀ ହେବ ବୋଲି ସେ ଦାବି କରିଛନ୍ତି। ସେ ଏହା ବି କହିଛନ୍ତି ଯେ, ଟ୍ବିଟ୍‌କୁ ସମସ୍ତେ ସମ୍ଭାଳିକରି ରଖନ୍ତୁ। ତେବେ ସଂସଦ ଅଧିବେଶନ ସମୟରେ ଅନ୍ୟ ସାଂସଦମାନେ ମନୋଜ ତିୱାରୀଙ୍କୁ ତାଙ୍କ ଟ୍ବିଟ୍‌ ବିଷୟରେ ପଚାରୁଛନ୍ତି ଏବଂ ଏଥିରେ କେତେ ସତ୍ୟତା ରହିଛି ବୋଲି ମଧ୍ୟ ପ୍ରଶ୍ନ କରୁଥିବା ସୂଚନା ମିଳିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories