www.samajalive.in
Saturday, December 6, 2025
26.1 C
Bhubaneswar

ପଣ୍ଡିଗାଁ ପଞ୍ଚାୟତକୁ ନିଶା ମୁକ୍ତ କରିବା ପାଇଁ ଜିଲାପାଳଙ୍କୁ ଦାବି ପତ୍ର ଦେଲେ ମହିଳା 

କଲମପୁର : ନିଶା ଓ ନିଶାଡିଙ୍କ ପ୍ରଭାବ ଦ୍ୱାରା କଲବଲ ହେଉଛନ୍ତି ଅନେକ ପରିବାର। ମଦ୍ୟପଙ୍କ ଦୌରାତ୍ମ୍ୟ କାରଣରୁ ରିତିମତ ବହୁ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି। ପ୍ରଭାବିତ ହେଉଛନ୍ତି କୋମଳମତି ଶିଶୁ ଓ ମହିଳା। ଏହାର ସମାଧାନ ପାଇଁ ପଣ୍ଡିଗାଁ ସରପଞ୍ଚ ବନଜ ବାସିନୀ ମହାପାତ୍ରଙ୍କ ନେତୃତ୍ୱରେ ପଣ୍ଡିଗାଁ, ପାତ୍ରବସା, ବରଦୋଳି ଆଦି ଗ୍ରାମର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ପଞ୍ଚାୟତକୁ ନିଶାମୁକ୍ତ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ଗତ କିଛି ଦିନ ଧରି ପଞ୍ଚାୟତର ବିଭିନ୍ନ ଗ୍ରାମରେ ମହିଳାମାନଙ୍କ ଦ୍ୱାରା ସଭା ସବୁର ଆୟୋଜନ କରାଯିବା ସହ ପ୍ରଥମେ ନିଜ ନିଜ ଗାଁରୁ ମଦ ବିକ୍ରୟ ବନ୍ଦ କରିବା ପାଇଁ ଶପଥ ନେଇଥିଲେ। ସୋମବାର ପାତ୍ରବସା ଲଙ୍କେଶ୍ୱରୀ ମନ୍ଦିର ପରିସରରୁ ଶତାଧିକ ମହିଳା ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ କଲମପୁର ବ୍ଲକ ପରିସରରେ ଆୟୋଜିତ ହେଉଥିବା ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିରକୁ ଆସିଥିଲେ। ସେଠାରେ ଜିଲାପାଳ ଗାଭାଲି ପରାଗ ହର୍ଷଦଙ୍କୁ, ଆରକ୍ଷୀ ଅଧିକ୍ଷକ ବାତୁଲା ଗଙ୍ଗାଧର ଓ ଜନ ଶିବିରରେ ଉପସ୍ଥିତ ଥିବା ଅତିରିକ୍ତ ଅବକାରୀ ଅଧିକାରୀଙ୍କୁ ପଣ୍ଡିଗାଁ ପଞ୍ଚାୟତରେ ମଦ ବନ୍ଦ ପାଇଁ ଅନୁରୋଧ କରିଥିଲେ। ବେନିୟମ ମଦ କାରବାର ସହିତ ସଟ୍ଟା ଭଳି ଅସାମାଜିକ ଖେଳ ବୃଦ୍ଧି ପାଉଥିଲେ ମଧ୍ୟ ଅବକାରୀ ଓ ପୁଲିସ ପ୍ରଶାସନ ନିରବ ଦର୍ଶକ ସାଜିଥିବା ମହିଳାମାନେ ଜିଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ। ତୁରନ୍ତ ଏହାର ସମାଧାନ ପାଇଁ ପଦକ୍ଷେପ ନେବା ପାଇଁ ଜିଲାପାଳ ଶିବିରରେ ଉପସ୍ଥିତ ଅବକାରୀ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମଦ ଓ ସଟ୍ଟା କାରବାର ବନ୍ଦ ନହେଲେ ଆଗାମୀ ଦିନରେ ମହିଳା ମାନଙ୍କ ଦ୍ୱାରା ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦେଇଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories