www.samajalive.in
Saturday, December 6, 2025
26.1 C
Bhubaneswar

୧୮ ସାମୂହିକ ଓ ୧୯୧ଗୋଟି ବ୍ୟକ୍ତିଗତ ଅଭିଯୋଗର ଶୁଣାଣୀ କଲେ ଜିଲାପାଳ

କଲମପୁର : ଜିଲାପାଳ ଗାଭିଲ ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ କଲମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା  ଏସ.ଜି.ଏସ.ୱାଇ ମିଟିଙ୍ଗ ହଲ ଠାରେ ଜିଲାସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେଇଯାଇଛି। ଏଥିରେ ଆରକ୍ଷି ଅଧିକ୍ଷକ ବାତୁଲା ଗଙ୍ଗାଧର, କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅଧିକାରୀ ଟି. ଅଶୋକ କୁମାର, ଧର୍ମଗଡ ଉପଜିଲାପାଳ ପଦ୍ନନାଭ ବେହେରା, ଜିଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦୋରା, ଜିଲା ଶିକ୍ଷା ଅଧିକାରୀ ଶୁସାନ୍ତ କୁମାର ଚୋପଦାର, କଳାହାଣ୍ଡି ଜଳସେଚନ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ଦାସ, ଧର୍ମଗଡ ଗ୍ରାମ ଉନ୍ନୟନ ବିଭାଜନର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସଞ୍ଜିବ କୁମାର ଓ କୋଠାବାଡି ନିର୍ମାଣ ବିଭାଗର ଅଧିକାରୀମାନେ ଯୋଗ ଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଏଥିରେ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତା, ବିଧବା ଭତା , ଜାତୀୟ ପରିବାର ମଙ୍ଗଳ ଯୋଜନା ଆଦି ସରକାରୀ ଯୋଜନାରୁ ବଞ୍ଚିତ ହିତାଧିକାରୀମାନେ କିଭଳି ଯୋଜନାରେ ସାମିଲ ହୋଇ ପାରିବେ ସେନେଇ ୧୯୧ ଗୋଟି ବ୍ୟକ୍ତିଗତ ଅଭିଯୋଗ ଦାଖଲ କରିଥିଲେ। ସେହିଭଳି ରାସ୍ତା ନିର୍ମାଣ, ବିଦ୍ୟାଳୟ ପରିଚାଳନା, ଧାନ ମଣ୍ଡିର ଅବ୍ୟବସ୍ଥା, ଜଳ ସେଚନ ବିଭାଗ ଅଧିନରେ ଥିବା ଖଲିଆ ନାଲାର ସୁରକ୍ଷା, ପଣ୍ଡିଗାଁ ପଞ୍ଚାୟତକୁ ନିଶା ମୁକ୍ତ କରିବା ଆଦି ୧୮ ଗୋଟି ସାମୂହିକ ଅଭିଯୋଗ ଜିଲାପାଳ ଶ୍ରୀ ହର୍ଷଦ ଶୁଣିଥିଲେ। ଏହାସହ ତୁରନ୍ତ ଏହାର ସମାଧାନ ଦିଗରେ ପଦକ୍ଷେପ ନେବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଜନ ଅଭିଯୋଗ ଶୁଣାଣୀ ଅବସରରେ ବ୍ଲକ ସାମାଜିକ ସୁରକ୍ଷା ବିଭାଗ ତରଫରୁ ୨୨ଜଣଙ୍କୁ ଭତା ପ୍ରଦାନ କରାଯାଇଥିବା ବେଳେ ବିଜମରା ଗ୍ରାମର ଦିବ୍ୟାଙ୍ଗ ଲିଙ୍ଗରାଜ କଟ୍ଟାଙ୍କୁ ତିନ ଚକିଆ ସାଇକଲ ଓ ଚୁରାଗାଁର ଶ୍ରବଣ ବାଧିତ ସଦା ଶିବ ଭୋଇଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା। ଏହାସହ ୪ ଜଣ ଦିବ୍ୟାଙ୍ଗଙ୍କୁ ଦିବ୍ୟାଙ୍ଗ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ବି.ଡି.ଓ ହେମସାଗର ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଜନ ଅଭିଯୋଗ ଶୁଣାଣୀ ଶିବିରରେ ଭାରପ୍ରାପ୍ତ ତହସିଲଦାର ଦିବାକର ବାଗ ଓ ଅନ୍ୟ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଜିଲାପାଳ ଶ୍ରୀ ହର୍ଷଦ ଅଭିଯୋଗ ଶୁଣାଣୀ ପରେ ସ୍ଥାନୀୟ ଓଡିଶା ଆଦର୍ଶ ବିଦ୍ୟାଳୟକୁ ପରିଦର୍ଶନ ପାଇଁ ଯାଇଥିଲେ। ଜିଲାପାଳଙ୍କ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ ସମୟରେ ଜିଲା ଶିକ୍ଷା ଅଧିକାରୀ ଶ୍ରୀ ଚୋପଦାରଙ୍କ ସମେତ ଧର୍ମଗଡ ଗ୍ରାମ ଉନ୍ନୟନ ବିଭାଜନ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରୀ ରାଉତରାୟ ଉପସ୍ଥିତ ଥିଲେ। ଆଦର୍ଶ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଦେଖିବା ସହ ତୁରନ୍ତ ଏହାର ସମାଧାନ ଦିଗରେ ପଦକ୍ଷେପ ନେବା ପାଇଁ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରୀ ରାଉତ ରାୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ପ୍ରାୟ ୩ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ପାଇଁ ବିଦ୍ୟାଳୟ ପରିସରରେ ଜମି ଚିହ୍ନଟ କରିଥିଲେ। ଏହାପରେ ଜିଲାପାଳ ମନରେଗା ଯେ।।ଜନାରୁ କର୍ମେଲ ଡଙ୍ଗରୀଗୁଡା ଶିବ ମନ୍ଦିର ପରିସରରେ ପ୍ରସ୍ତାବିତ ଶିଶୁ ଉଦ୍ୟାନ ନିର୍ମାଣ ସ୍ଥଳ ପରିଦର୍ଶନ କରିଥିଲେ। କୋଟାଗାଁ ଉଦ୍ୟାନ କୃଷି ବିଭାଗର କଦଳୀ ଓ ବିଭିନ୍ନ ପନିପରିବା ଚାଷ ଦେଖିଥିଲେ। କୋଟାଗାଁ ବଡ ଟେମରୀ ଦେଇ ମୋଟେର ସଂଯୋଗ ପାଇଁ ଏକ ପ୍ରଧାନ ମନ୍ତ୍ରୀ ସଡକ ଯୋଜନା ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରି ଆସୁଥିବାରୁ ରାସ୍ତା ଦେଖିଥିଲେ। ଜିଲାପାଳଙ୍କ ଏହି ଗସ୍ଥ ସମୟରେ ଦେପୁର ପଞ୍ଚାୟତ ପରିଦର୍ଶନ କରିଥିଲେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories