www.samajalive.in
Saturday, December 6, 2025
14.1 C
Bhubaneswar

ଯେଉଁ ସ୍କୁଲରେ ପାଠ ପଢୁଛନ୍ତି ସେଇ ସ୍କୁଲ ନାଁ କହିପାରୁ ନାହାନ୍ତି ଛାତ୍ରଛାତ୍ରୀ, ଖୋଦ୍ ଗଣଶିକ୍ଷା ମନ୍ତ୍ରୀ ପରଖିଲେ ବାସ୍ତବ ଚିତ୍ର

କଳାହାଣ୍ଡି: ନିଜ ବିଦ୍ୟାଳୟ ନାଁ କହି ପାରୁନାହାଁନ୍ତି ଛାତ୍ରଛାତ୍ରୀ । କେଉଁ ଶ୍ରେଣୀରେ ପଢୁଛନ୍ତି ତା ବି ଇଂରାଜୀରେ କହି ପାରୁନାହାଁନ୍ତି। ଏମିତିକି ନିଜ ଜିଲ୍ଲାର ନାଁ ବି ମାଲୁମ ନାହିଁ। ଗଣଶିକ୍ଷା ବିଭାଗ ଅଧିନରେ ଥିବା ସରକାରୀ ସ୍କୁଲରେ ଦେଖିବାକୁ ମିଳିଛି ଏପରି କିଛି ବାସ୍ତବ ଚିତ୍ର। ଯାହା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଗସ୍ତ ସମୟରେ ପଦାରେ ପଡିଛି ।କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ଭବାନୀପାଟଣା କର୍ଲାଗୁଡା ପ୍ରାଥମିକ ବିଦ୍ୟାଳୟ ଓ ବିମ୍ବାଧର ସରକାରୀ ହାଇସ୍କୁଲ ପରିଦର୍ଶନ କରିଥିଲେ ଗଣମନ୍ତ୍ରୀ ସମୀର ଦାଶ । ଗସ୍ତ ଅବସରରେ ମନ୍ତ୍ରୀ, ପିଲାଙ୍କ ସହ ଆଲୋଚନା କରିବା ସମୟରେ ଏପରି ଦୃଶ୍ୟ ସାମ୍ନାକୁ ଆସିଛି ।ସେପଟେ ପିଲାଙ୍କ ଏପରି ଇଂରାଜୀ ଦକ୍ଷତା ଦେଖି ବିମ୍ବାଧର ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଓ ଦୁଇଜଣ ଇଂରାଜୀ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ସହ ଫେବୃଆରୀର ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ କର୍ଲାଗୁଡା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories