www.samajalive.in
Sunday, December 7, 2025
26.1 C
Bhubaneswar

ପରବର୍ତ୍ତୀ ମହାମାରୀର କାରଣ ହୋଇପାରନ୍ତି ଜିକା ଓ ଡେଙ୍ଗୁ ; ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଜିକା ଓ ଡେଙ୍ଗୁ ସହିତ ଜୀବାଣୁ ଓ ଭୂତାଣୁ ଜନିତ ପରବର୍ତ୍ତୀ ମହାମାରୀ ବ୍ୟାପିବା ନେଇ ଚେତାବନୀ ଦେଇଛି। ଆର୍ବୋଭାଇରସ୍ ଯେପରି ଡେଙ୍ଗୁ, ହଳଦିଆ ଜ୍ୱର, ଚିକନଙ୍ଗୁନିଆ ଏବଂ ଜିକା ଭଳି ଭୂତାଣୁ ଗ୍ରୀଷ୍ମମଣ୍ଡଳୀୟ ଓ ଉପଗ୍ରୀଷ୍ମମଣ୍ଡଳାୀୟ ଅଞ୍ଚଳରେ ରହୁଥିବା ପ୍ରାୟ ୩.୯ ବିଲିୟନ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିପାରେ।
ଏହି ଆର୍ବୋଭାଇରସ୍ ରୋଗର ବାହକ ବିଶେଷତଃ ଏଡିସ୍ ମଶା । ଆର୍ବୋଭାଇରସ୍ ସାରା ବିଶ୍ୱରେ ବୃଦ୍ଧି ପାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, ୧୩୦ ଟି ଦେଶରେ ବାର୍ଷିକ ୩୯୦ ନିୟୁତ ଲୋକଙ୍କୁ ଡେଙ୍ଗୁ ଜ୍ୱର ସଂକ୍ରମିତ କରିଥାଏ। ଏହି ଦେଶରେ ଏହି ଡେଙ୍ଗୁ ଜ୍ୱର ସ୍ଥାନୀୟ। ୨୦୧୬ ରେ, ଜିକା ଭୂତାଣୁ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା , ଅତିକମରେ ୮୯ ଟି ଦେଶରେ ଏହାର ଉପସ୍ଥିତି ଦେଖିବାକୁ ମିଳିଥିଲା ।
ହଳଦିଆ ଜ୍ୱର ୪୦ ଟି ଦେଶକୁ ବ୍ୟାପିବାର ଆଶଙ୍କା ଅଧିକ ଥାଏ ଏବଂ ଜଣ୍ଡିସ ରୋଗ ସୃଷ୍ଟି କରେ ଏବଂ ଡେଙ୍ଗୁ ଭଳି ଅନେକ ସମୟରେ ଅଧିକରୁ ଅଧିକ ଗୁରୁତର ହୋଇଥାଏ। ଯଦିଓ ଚିକନଙ୍ଗୁନିଆ ଏଯାଏଁ କମ ଦେଶରେ ବ୍ୟାପିଛି, ଏହା ୧୧୫ ଟି ଦେଶରେ ଉପସ୍ଥିତ ।
ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ଏହି ରୋଗଗୁଡିକ ବୃଦ୍ଧି ହେବା ନେଇ ଆଶଙ୍କା ବଢିବାରେ ଲାଗିଛି।
ପରବର୍ତ୍ତୀ ବିପର୍ୟ୍ୟୟକୁ ରୋକିବା ପାଇଁ ବିଶେଷଜ୍ଞମାନେ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି  । ଆର୍ବୋଭାଇରସକୁ ଟାର୍ଗେଟ କରିବା ସେମାନଙ୍କ ତାଲିକାର ଶୀର୍ଷରେ ଅଛି ।

 

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories