www.samajalive.in
Wednesday, November 12, 2025
27.1 C
Bhubaneswar

ରୁତୁରାଜ ଗାଇକ୍ବାଡ କିଏ? ଯାହାର ପ୍ରଶଂସା କରୁଛନ୍ତି ଧୋନି

ନୂଆଦିଲ୍ଲୀ : ଚଳିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍(ଆଇପିଏଲ୍)ରେ ମହେନ୍ଦ୍ର ସିଂହ ଧୋନିଙ୍କ ଟିମ୍ ଚେନ୍ନଇ ସୁପରକିଙ୍ଗ୍‌ସ ପକ୍ଷରୁ ଖେଳୁଛନ୍ତି ଅନ୍ୟତମ ଦକ୍ଷ ଯୁବ ଖେଳାଳି ରୁତୁରାଜ ଗାଇକ୍ବାଡ। ନିକଟରେ କଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲେ ରୁତୁରାଜ। ରୁତୁରାଜଙ୍କ ଲଢୁଆ ବ୍ୟାଟିଂ ପାଇଁ ଚେନ୍ନଇ ଉକ୍ତ ମ୍ୟାଚରେ ବିଜୟୀ ହୋଇଥିଲା। କଲକାତାଠାରୁ ମ୍ୟାଚ ଜିତିବା ପରେ ୨୩ ବର୍ଷୀୟ ବ୍ୟାଟ୍ସମ୍ୟାନଙ୍କୁ ପ୍ରଶଂସା କରିଛନ୍ତି ମହେନ୍ଦ୍ର ସିଂହ ଧୋନି। ଧୋନି କହିଛନ୍ତି ଯେ, ରୁତୁରାଜ ଗାଇକ୍ବାଡ ଜଣେ ଦକ୍ଷ କ୍ରିକେଟର। ସେ ଯଦି ପରିଶ୍ରମ କରନ୍ତି ତେବେ ଆଗାମୀ ଦିନର ଜଣେ ଭଲ ବ୍ୟାଟ୍ସମ୍ୟାନର ମାନ୍ୟତା ପାଇପାରିବେ।
ରୁତୁରାଜ ଗାଇକ୍ବାଡଙ୍କ ପ୍ରଦର୍ଶନ
ଷ୍ଟାଇଲିସ୍ ବ୍ୟାଟ୍ସମ୍ୟାନ୍ ରୁତୁରାଜ ୧୯ବର୍ଷ ବୟସରେ ଘରୋଇ କ୍ରିକେଟ୍ ରେ ଡେବ୍ୟୁ କରିଥିଲେ । ୨୦୧୬-୧୭ରେ ମହାରାଷ୍ଟ୍ର ପାଇଁ ତାଙ୍କର ରଣଜୀ କ୍ୟାରିଅର୍ ଡେବ୍ୟୁ କରିଥିଲେ। ସେ ୨୦୧୯ରେ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଇଣ୍ଡିଆ ଏ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟରେ ଡେବ୍ୟୁ କରିଥିଲେ। ତେବେ ସେ ଏହି ମ୍ୟାଚରେ ଭଲ ଖେଳିପାରିନଥିଲେ । କିନ୍ତୁ ଏହା ପରେ ସେ ନିଜ କ୍ୟାରିଅରକୁ ସଠିକ୍ ଦିଗ ଦେଇଥିଲେ।
ଅକ୍ଟୋବର ୨୦୧୮ରେ ଦେଓଧର ଟ୍ରଫିରେ ସେ ଭାରତ ବି ଦଳ ପାଇଁ ମନୋନୀତ ହୋଇଥିଲେ। ଡିସେମ୍ବର ୨୦୧୮ରେ, ଚେନ୍ନଇ ସୁପର କିଙ୍ଗ୍ସ ୨୦ଲକ୍ଷ ଟଙ୍କା ମୂଲ୍ୟରେ ଗାଇକ୍ବାଡଙ୍କୁ ଦଳରେ ସାମିଲ କରିଥିଲା। ଗାଇକ୍ବାଡ ୩୧ ଜାନୁୟାରୀ ୧୯୯୭ରେ ମହାରାଷ୍ଟ୍ରର ପୁଣେରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଡ଼ିଆରଡ଼ିଓର ଜଣେ ଅଧିକାରୀ । ତାଙ୍କ ମା’ ଜଣେ ଶିକ୍ଷକ ଥିବା ସୂଚନା ମିଳିଛି।

Hot this week

ଦିଲ୍ଲୀ ବିସ୍ଫୋରଣ: ଡାକ୍ତରଖାନାରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆହତ ହୋଇ ସ୍ଥାନୀୟ ଏଲଏନଜେପି...

ଏକ୍‌ଜିଟ୍‌ ପୋଲ୍‌କୁ ଖାରଜ କରିଛନ୍ତି ତେଜସ୍ୱୀ ଯାଦବ

ସମାଜ ଲାଇଭ୍ ଡେସ୍କ : ବିହାରରରେ ସମସ୍ତ ପର୍ଯ୍ୟାୟ ମତଦାନ ଶେଷ...

ନୂଆପଡ଼ା ଉପନିର୍ବାଚନରେ ଐତିହାସିକ ୮୩.୪୫% ମତଦାନ

ସମାଜଲାଇଭ ଡେସ୍କ: ନୂଆପଡ଼ା ଉପନିର୍ବାଚନରେ ଏଥର ରେକର୍ଡ ମତଦାନ ହୋଇଛି। ଚଳିତ...

ହସ୍ପିଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର

ମୁମ୍ବାଇ: ସୁସ୍ଥ ହୋଇ ଘରକୁ ଫେରିଲେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର। ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା...ଆଉ ଗୋଟିଏ ଦିନ ବଢ଼ିଲା ଐତିହାସିକ କଟକ...

Related Articles

Popular Categories