Patra electronics

କିଏ ଏହି ହନୁମାନକାଇଣ୍ଡ? ଦେଶବିଦେଶରେ ସୃଷ୍ଟି କରିଛନ୍ତି ହଇଚଇ, ପଛରେ ପଡ଼ିଲେ ଆମେରିକୀୟ ରାପର୍‌

ସମାଜ ଡିଜିଟାଲ ଡେସ୍କ: ସାମାଜିକ ଗଣମାଧ୍ୟମରେ ଏବେ ରାପର୍‌ ହନୁମାନକାଇଣ୍ଡ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାର କାରଣ ହେଉଛି ତାଙ୍କ ମ୍ୟୁଜିକ୍ ଭିଡିଓ ‘ବିଗ୍ ଡଗ୍ସ’, ଯାହା ଗତ ଜୁଲାଇ ମାସରେ ମୁକ୍ତିଲାଭ କରିଥିଲା ଏବଂ ଏପର୍ଯ୍ୟନ୍ତ ଇଣ୍ଟରନେଟରେ ଧମାଲ୍‌ କରୁଛି। ଏଥିରେ ଅନେକ ରିଲ୍ସ ତିଆରି କରାଯାଉଛି। ବିଶ୍ଵ ସ୍ତରରେ ଯୁବବର୍ଗଙ୍କ ମଧ୍ୟରେ ଏହି ଗୀତକୁ ନେଇ ବେଶ୍‌ ଉତ୍କଣ୍ଠା ଦେଖିବାକୁ ମିଳିଛି। ସାଧାରଣରେ ହନୁମାନକାଇଣ୍ଡ ନାମରେ ପରିଚିତି ଲାଭ କରିଥିବା ସୁରଜ ଚେରୁକଟ୍‌ କୁବ୍‌ କମ୍‌ ସମୟ ମଧ୍ୟରେ ନିଜକୁ ଜଣେ ଅସାଧାରଣ କଳାକାର ଭାବରେ ପ୍ରତିଷ୍ଠିତ କରିପାରିଛନ୍ତି। ତାଙ୍କ ହିଟ୍ ଟ୍ରାକ୍ ‘ବିଗ୍ ଡଗ୍ସ’ ଅନ୍ତର୍ଜାତୀୟ ସଙ୍ଗୀତ ଚାର୍ଟରେ ଆମେରିକୀୟ ରାପର୍‌ କେଣ୍ଡ୍ରିକ୍‌ ଲାମରଙ୍କ ‘ନଟ୍‌ ଲାଇକ୍ ଅସ୍’ ଏବଂ ଏମିନେମ୍‌ଙ୍କ ‘ହୌଦିନି’କୁ ପଛରେ ପକାଇ ଦେଇଛି। ବିଜୟ ଶେଟ୍ଟୀଙ୍କ ଦ୍ଵାରା ନିର୍ଦ୍ଦେଶିତ ଏହି ଟ୍ରାକ୍ ଦେଶ ବିଦେଶରେ ଅଭୂତପୂର୍ବ ସଫଳତା ହାସଲ କରିବା ସହିତ ଶ୍ରୋତାମାନଙ୍କ ସହ ଗଭୀର ଭାବରେ ଯୋଡ଼ି ହୋଇଛି। ଏହି ଗୀତକୁ ଭାରତୀୟ ରାପର୍‌ ହନୁମାନକାଇଣ୍ଡ ଲେଖିବା ସହ ଗାଇଛନ୍ତି ଓ ଅଭିନୟ ମଧ୍ୟ କରିଛନ୍ତିି। ଏହାକୁ ସେ ‘ମୌତ୍‌ କା କୁଆଁ’ରେ ଶୁଟ୍‌ କରିଛନ୍ତି।

ଭାରତର କେରଳରେ ଜନ୍ମିତ ଚେରୁକଟଙ୍କ ପ୍ରାରମ୍ଭିକ ଜୀବନରେ ତାଙ୍କୁ ବାରମ୍ବାର ସ୍ଥାନାନ୍ତର ହେବାକୁ ପଡ଼ିଥିଲା। ତାଙ୍କ ବାପାଙ୍କ ଚାକିରି ପାଇଁ ଚେରୁକଟଙ୍କ ପରିବାରକୁ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯିବାକୁ ପଡ଼ୁଥିଲା ଏବଂ ଶେଷରେ ଟେକ୍ସାସର ହ୍ୟୁଷ୍ଟନରେ ରହିଥିଲେ। ଏଭଳି ଭାବେ ସେ ଏକାଧିକ ଦେଶର ସାଂସ୍କୃତିକ ପ୍ରଭାବ ଏବଂ ସଂଗୀତ ଶୈଳୀ ସହ ପରିଚିତ ହୋଇଥିଲେ, ଯାହା ତାଙ୍କୁ ଜଣେ ଅନନ୍ୟ କଳାକାର ହେବାରେ ସହାୟକ ହୋଇଛି।

Comments are closed.