www.samajalive.in
Saturday, December 6, 2025
17.1 C
Bhubaneswar

୨୦୨୦ ଶେଷ ସୁଦ୍ଧା ଆସିବ କରୋନା ଟୀକା – ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ସାରା ବିଶ୍ୱରେ ବିପର୍ଯ୍ୟୟ ସୃଷ୍ଟି କରିଥିବା କରୋନା ମହାମାରୀର ମୁକାବିଲା ନିମନ୍ତେ ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ପ୍ରାରମ୍ଭରେ ଏକ ଟୀକା ପଞ୍ଜିକରଣ ହେବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ ଆଶା ପ୍ରକାଶ କରିଛି। ହୁ’ର ମୁଖ୍ୟ ବୈଜ୍ଞାନିକ ସୋମ୍ୟ ସ୍ୱାମୀନାଥନ୍ ଏହା କହିଛନ୍ତି। ସେ କହିଛନ୍ତି, ଏବେ ପ୍ରାୟ ୪୦ଟି ଟିକା କ୍ଲିନିକାଲ୍ ପରୀକ୍ଷଣ ପର୍ଯ୍ୟାୟରେ ରହିଛି ଏବଂ ସେମାନଙ୍କ ମଧ୍ୟରୁ ୧୦ଟି ତୃତୀୟ ପର୍ଯ୍ୟାୟରେ ପହଂଚିଛି ଯାହା ବିଳମ୍ବିତ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ଅଟେ।

- Advertisement -

ଏହି ପରୀକ୍ଷଣରୁ ସେହି ଟୀକାଗୁଡିକର କାର୍ଯ୍ୟକାରିତା ଏବଂ ନିରାପତ୍ତା ବିଷୟରେ ଜଣାପଡିବ ବୋଲି ସ୍ୱାମୀନାଥନ କହିଛନ୍ତି। ତେଣୁ ଏହି ସମ୍ଭାବନାକୁ ଦେଖି ୨୦୨୦ ଡିସେମ୍ବରରୁ ୨୦୨୧ର ପ୍ରାରମ୍ଭ ଭାଗରେ ଟୀକା ପଞ୍ଜିକରଣ ସମ୍ପର୍କରେ ସେ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି ଯେ ବିଶ୍ୱରେ କରୋନା ମହାମାରୀ ଆରମ୍ଭ ହେବା ଦିନ ଠାରୁ ବିଭିନ୍ନ ଦେଶଗୁଡିକ ଅନେକ ଟିକା ବିକଶିତ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଗୋଟିଏ ଟୀକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମୋଦିତ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଅତିକ୍ରମ କରିପାରି ନାହାନ୍ତି। ବର୍ଷ ଶେଷ ସୁଦ୍ଧା ଅନେକ ଟିକା ‘ହୁ’ରେ ପଞ୍ଜୀକୃତ ହେବ ବୋଲି ଆଶା କରାଯାଉଥିବା ସ୍ୱାମୀନାଥନ କହିଛନ୍ତି। ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ଆଜି ସୁଦ୍ଧା ସାରା ବିଶ୍ୱରେ ୩୭ ମିଲିୟନରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories