Patra electronics

ସମ୍ବିଧାନ ଦିବସ: ଜାଣନ୍ତୁ କେଉଁ ଦେଶର କେଉଁ ବିଶେଷତ୍ୱକୁ ଭାରତୀୟ ସମ୍ବିଧାନରେ ମିଳିଛି ସ୍ଥାନ

(ସମାଜ ପୋର୍ଟାଲ ଡେସ୍କ): ସାରା ଦେଶ ଆଜି ୭୦ତମ ସମ୍ବିଧାନ ଦିବସ ପାଳନ କରୁଛି। ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଭାରତ ନିଜ ସମ୍ବିଧାନକୁ ଆପଣାଇଥିଲା, ଯାହା ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ କାର୍ଯ୍ୟକ୍ଷମ ହୋଇଥିଲା। ସେହି ଐତିହାସିକ ଦିନର ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ପ୍ରତ୍ୟେକ ବର୍ଷ ୨୬ ନଭେମ୍ବରକୁ ସମ୍ବିଧାନ ଦିବସ ଭାବେ ଭାରତରେ ପାଳନ କରାଯାଏ। ତେବେ କୁହାଯାଏ ଭାରତୀୟ ସମ୍ବିଧାନ ୧୦ଟି ଦେଶ ଦ୍ୱାରା ଅନୁପ୍ରେରିତ। ୧୦ଟି ଦେଶର ଭିନ୍ନ ଭିନ୍ନ ବିଶେଷତ୍ୱକୁ ଆମ ସମ୍ବିଧାନରେ ସ୍ଥାନ ଦିଆ ହୋଇଛି। ସମ୍ବିଧାନ ଦିବସ ଅବସରରେ ଆସନ୍ତୁ ଜାଣିବା କେଉଁ ଦେଶର କେଉଁ ବିଶେଷତ୍ୱକୁ ଆମ ସମ୍ବିଧାନ ଗ୍ରହଣ କରିଛି –

୧. ବ୍ରିଟେନ- ସଂସଦୀୟ ବ୍ୟବସ୍ଥା, ଆଇନର ଶାସନ, ଏକକ ନାଗରିକତ୍ୱ ଏବଂ ନ୍ୟାୟିକ ଆବେଦନ ପତ୍ର।
୨. ଯୁକ୍ତ ରାଷ୍ଟ୍ର ଆମେରିକା- ମୌଳିକ ଅଧିକାର, ନ୍ୟାୟିକ ସମୀକ୍ଷା, ଦେଶର ରାଷ୍ଟ୍ରପତି ଓ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ବ୍ୟବସ୍ଥା।
୩. ଆୟର୍ଲାଣ୍ଡ- ରାଜ୍ୟର ନୀତି ନିର୍ଦ୍ଦେଶକ ତତ୍ତ୍ୱ(ଡିପିଏସପି)।
୪. କାନାଡ଼ା- ସଂଘୀୟ ସ୍ୱରୂପ ସହ ମଜଭୂତ କେନ୍ଦ୍ର।
୫. ଫ୍ରାନ୍ସ- ସ୍ୱାଧୀନତା, ସମାନତା ଓ ବନ୍ଧୁତ୍ୱ।
୬. ଅଷ୍ଟ୍ରେଲିଆ- ସାରା ଦେଶରେ ବ୍ୟାପାର ଓ ବାଣିଜ୍ୟିକ ଗତିବିଧିର ସ୍ୱାଧୀନତା।
୭. ଦକ୍ଷିଣ ଆଫ୍ରିକା- ସମ୍ବିଧାନରେ ସଂଶୋଧନ।
୮. ଜର୍ମାନୀ- ଜରୁରୀକାଳୀନ ପରିସ୍ଥିତିରେ ମୌଳିକ ଅଧିକାରକୁ ନିଲମ୍ବିତ ରଖିବାର ବ୍ୟବସ୍ଥା।
୯. ୟୁଏସଏସଆର(ବର୍ତ୍ତମାନ ଋଷ୍‍)- ମୌଳିକ କର୍ତ୍ତବ୍ୟ।
୧୦. ଜାପାନ- ‘ବିଧି ଦ୍ୱାରା ସ୍ଥାପିତ ପ୍ରକ୍ରିୟା’ର ଅବଧାରଣା।

Comments are closed.