www.samajalive.in
Monday, December 15, 2025
27.1 C
Bhubaneswar

ଘର କେଉଁ ରଙ୍ଗ କଲେ କି ପ୍ରଭାବ – ଶୋଇବା ଘର ପାଇଁ ସବୁଠୁ ଉତ୍ତମ ରଙ୍ଗ ଜାଣନ୍ତୁ

ଘରର ରଙ୍ଗ ଘରର ସଦସ୍ୟ ଓ ସେମାନଙ୍କ କାର୍ଯ୍ୟ ଉପରେ ପ୍ରଭାବ ପକାଇଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି । ଘରର କୋଠରିର ରଙ୍ଗ ବହୁ ପ୍ରଭାବ ବ୍ୟକ୍ତି ଉପରେ ପକାଇଥାଏ ।
ହଳଦିଆ – ଏହି ରଙ୍ଗ ଶାନ୍ତି ଓ ଧୌର୍ଯ୍ୟର ପ୍ରତୀକ ଅଟେ । ପୂଜା ଓ ପାଠ ପଢା ଗୃହ ପାଇଁ ଏହା ଖୁବ ଉତ୍ତମ ଓ ଶୁଭ ଫଳ ଦେଇଥାଏ ।

କମଳା – ଏହି ରଙ୍ଗ ଯେକୌଣସି ଗୃହରେ ବ୍ୟବହୃତ ହୋଇପାରିବ । ଏହି ରଙ୍ଗ ହେତୁ ପରିବାର ମଧ୍ୟରେ ଶାନ୍ତି , ସ୍ନେହ , ସକାରାତ୍ମକ ଭାବନା ଆସିଥାଏ ।

ନୀଳ – ଏହି ରଙ୍ଗ ଆକାଶ ଓ ଜଳର ପ୍ରତୀକଅଟେ । ଯେକୌଣସି କାର୍ଯ୍ୟର ଶୁଭାରମ୍ଭ , ସତ୍ୟ , ଆଦି ସକାରାତ୍ମକ କାର୍ଯ୍ୟ ନିମିତ୍ତ ଏହା ପ୍ରୋତ୍ସାହନ କରିଥାଏ । ଶୋଇବା ଗୃହରେ ଏହି ରଙ୍ଗ ହେଲେ ଖୁବ ଶୁଭ ଫଳ ପ୍ରଦାନ ମିଳିଥାଏ ।

- Advertisement -
Also read ଏହି ଅଭିନେତାଙ୍କ ବଡିଗାର୍ଡ଼ ସୁବୁଠୁ ମହଙ୍ଗା; ପାଆନ୍ତି ଏତିକି କୋଟି ଟଙ୍କା ଦରମା

ନାଲି – ଏହି ରଙ୍ଗ ମନରେ ସାହସ ଓ ଶକ୍ତି ଆଣିଥାଏ । ଆପଣ ଶୋଇବା ଘରେ ମଧ୍ୟ ଏହି ରଙ୍ଗ କୁ ବ୍ୟବହାର କରିପାରିବେ ।

ବାଇଗଣୀ – ଏହା ପରିବାର ସଦସ୍ୟଙ୍କ ମନରେ ଭଲ ନିଷ୍ପତ୍ତିର ଭାବନା ଆଣିଥାଏ । ଧାର୍ମିକ ଭାବନା ମଧ୍ୟ ଜାଗ୍ରତ କରେ । ଏତଦ୍‍ ବ୍ୟତୀତ ସଦସ୍ୟ ମାନଙ୍କର ମାନସିକ ସ୍ଥିତି ମଧ୍ୟ ଉତ୍ତମ ରହେ । ଏହାକୁ ମଧ୍ୟ ନିଜ ରୁଚି ଅନୁଯାୟୀ ସବୁ ଗୃହରେ ବ୍ୟବହାର କରିପାରିବେ ।

ଶାଗୁଆ – ଏହି ରଙ୍ଗ ପ୍ରକୃତିର ରଙ୍ଗ ଅଟେ । ଏହି ରଙ୍ଗ ହେତୁ ସଦସ୍ୟ ମାନଙ୍କର ସ୍ୱାସ୍ଥ୍ୟ ଭଲ ରହେ । ଘରେ ଭଲ ଶାନ୍ତିର ବାତାବରଣ ରହେ । ପଢା ଘରେ ଏହି ରଙ୍ଗକୁ ବ୍ୟବହାର କଲେ , ଖୁବ ଭଲ ହୋଇଥାଏ ।

ଗୋଲାପୀ – ଏହି ରଙ୍ଗ ହେତୁ ପରିବାରରେ ସୁଖଶାନ୍ତି ବଜାୟ ରହେ । ଏହା ଶୋଇବା କୋଠରୀ ନିମନ୍ତେ ବ୍ୟବହାର କରିବା ଖୁବ ଉତ୍ତମ ଅଟେ ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories