www.samajalive.in
Saturday, December 6, 2025
15.1 C
Bhubaneswar

୨୩ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ ଚନ୍ଦ୍ରବାବୁ ନାଇଡୁ

ବିଜୟୱାଡା : ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ହୋଇଥିବା ଦୁର୍ନୀତି ଅଭିଯୋଗକୁ ନେଇ ପୁଲିସ ଦ୍ବାରା ଗିରଫ ହୋଇଥିବା ତେଲଗୁ ଦେଶମ୍‌ ପାର୍ଟି (ଟିଡିପି) ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌.ଚନ୍ଦ୍ରବାବୁ ନାଇଡୁଙ୍କୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଜେଲ୍‌କୁ ପଠାଇ ଦେଇଛନ୍ତି ବିଜୟୱାଡା ଦୁର୍ନୀତି ନିବାରଣ ବ୍ୟୁରୋ ଅଦାଲତ (ଏସିବି)। ଚନ୍ଦ୍ରବାବୁଙ୍କୁ ରାଜମହେନ୍ଦ୍ରୁ କେନ୍ଦ୍ରୀୟ ଜେଲ୍‌ରେ ରଖାଯିବାର ସମ୍ଭାବନା ରହିଛି।
ରବିବାର ପୂର୍ବାହ୍ଣରେ ଚନ୍ଦ୍ରବାବୁଙ୍କୁ ଅଦାଲତରେ ହାଜର କରାଯାଇଥିବା ବେଳେ ଅଦାଲତ ପରିସରରେ ବହୁସଂଖ୍ୟକ ଟିପିପି ନେତା ଓ କର୍ମୀ ଉପସ୍ଥିତ ଥିଲେ। ପୁଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଶନିବାର ଚନ୍ଦ୍ରବାବୁଙ୍କୁ ନନ୍ଦ୍ୟାଲ ଜିଲାରୁ ଗିରଫ କରିବା ପରେ ତାଙ୍କୁ କୁଞ୍ଚଲପଲ୍ଲୀସ୍ଥିତ କାର୍ଯ୍ୟାଳୟରେ ସିଆଇଡିର ଅଧିକାରୀମାନେ ଜେରା କରିଥିଲେ। ପ୍ରାୟ ୧୦ ଘଣ୍ଟା ଧରି ଚନ୍ଦ୍ରବାବୁଙ୍କୁ ଜେରା କରାଯାଇଥିଲା। ପବରର୍ତ୍ତୀ ସମୟରେ ତାଙ୍କୁ ବିଜୟୱାଡ଼ାସ୍ଥିତ ସରକାରୀ ଡାକ୍ତରଖାନାକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା। ସ୍ବାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଅଦାଲତରେ ହାଜର କରାଯାଇଥିଲା। ଚନ୍ଦ୍ରବାବୁଙ୍କ ତରଫରୁ ଆଇନଜୀବୀ ସିଦ୍ଧାର୍ଥ ଲୁଥରା ମାମଲା ପରିଚାଳନା କରିବା ସହ ଜାମିନ ଆବେଦନ କରିଥିଲେ। ତେବେ ଏହାକୁ ସରକାରୀ ଓକିଲ ବିରୋଧ କରିବା ସହ ଚନ୍ଦ୍ରବାବୁ ତଦନ୍ତରେ ସହାୟତା କରୁନଥିବା ଦର୍ଶାଇଥିଲେ। ଦୁର୍ନୀତିରେ ସଂଶ୍ଲିଷ୍ଟ ଥିବା ନେଇ ଚନ୍ଦ୍ରବାବୁଙ୍କ ବିରୋଧରେ ପ୍ରମାଣ ଥିବା ସରକାରୀ ଓକିଲ ଦର୍ଶାଇଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ବିଚାରପତି ଚନ୍ଦ୍ରବାବୁଙ୍କୁ ୨୩ ତାରିଖ ପର୍ଯ୍ୟନ୍ତ ଜେଲ୍‌କୁ ପଠାଇବାକୁ ନିର୍ଦେଶ ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories