www.samajalive.in
Monday, December 8, 2025
14.1 C
Bhubaneswar

ବିଧାୟକ ନରସିଂହଙ୍କ ପ୍ରଶ୍ନ:  ଏ ଲକ୍ଷ୍ମଣ ମେହେର କିଏ? ଜେଇଙ୍କ ମୁଣ୍ଡରେ ଖଣ୍ଡା

ବଲାଙ୍ଗିର:ଦେଓଗାଁ ବ୍ଲକ ଜରାସିଂହା ପଞ୍ଚାୟତର ବରକାନି ଗାଁ ସ୍କୁଲ। ଏହି ସ୍କୁଲର କୋଠା ନିର୍ମାଣ ପାଇଁ ସଦର ବିଧାୟକ ନରସିଂହ ମିଶ୍ରଙ୍କ ଚିଠି କ୍ରମେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଇଥିଲା। ଦେଓଗାଁ ବ୍ଲକର ମହିଳା ଜେଇ କୋଠା ପାଇଁ ଲେ ଆଉଟ୍‍ ଦେଲେ। ନିର୍ମାଣ କାମ ବି ଆରମ୍ଭ ହେଲା। ତେବେ ଜେଇଙ୍କ କହିବା ଅନୁସାରେ, ଲକ୍ଷ୍ମଣ ମେହେର ନାମକ ଜଣେ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ। ଏ ଲକ୍ଷ୍ମଣ ମେହେର କିଏ? ସେ କ’ଣ ଜେଇ ଓ ବ୍ଲକର ବସ୍‍(ମୁଖିଆ)? ବଲାଙ୍ଗିର ସଦର ବିଧାୟକ ନରସିଂହ ମିଶ୍ର। ଗତମାସ ୩୦ ତାରିଖରେ ଚିଠି ସଂଖ୍ୟା ୬୬୬ ଜରିଆରେ ଦେଓଗାଁ ବ୍ଲକ ବିଡିଓଙ୍କୁ ଉପର ଉଲ୍ଲେଖିତ ପ୍ରସଙ୍ଗରେ ତଦନ୍ତ କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ କି ପଦକ୍ଷେପ ଜେଇଙ୍କ ବିରୋଧରେ ନେଲେ ତାହା ତାଙ୍କୁ ସୂଚନା ଦେବାକୁ ବି କହିଛନ୍ତି ଚିଠି ଜରିଆରେ ଶ୍ରୀ ମିଶ୍ର। ଏବେ ଏହି ଚିଠିକୁ ନେଇ ଦେଓଗାଁ ବ୍ଲକରେ ଝଡ। ୩ ତାରିଖରେ ଦେଓଗାଁ ବ୍ଲକ ପକ୍ଷରୁ ଚିଠି ରିସିଭ୍‍ କରାଯାଇଛି। ବୁଧୁବାର ଏବିଡିଓ ଭାବେ ବ୍ଲକରେ ଯୋଗ ଦେଇଥିବା ତଥା ବିଡିଓ ଦାୟିତ୍ୱ ତୁଲାଉଥିବା ରୁଦ୍ରପ୍ରସାଦ ସୁନା ଦାୟିତ୍ୱରେ ଯୋଗଦେବା କ୍ଷଣି ଏହି ଚିଠି ପଢିବା ପରେ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ଜଣାଇଛନ୍ତି।
ସୂଚନାଯୋଗ୍ୟ ଯେ, ଦିନେ ଗୋଟିଏ ଦଳରେ ରହି ବେଶ ଘନିଷ୍ଠ ହେଇଥିଲେ ସଦର ବିଧାୟକ ନରସିଂହ ମିଶ୍ର ଓ ଦେଓଗାଁ ବ୍ଲକର ପୂର୍ବ ଅଧ୍ୟକ୍ଷ ତଥା ବିଡିସିସି ବ୍ୟାଙ୍କର ପୂର୍ବ ନିର୍ଦ୍ଦେଶକ ଲକ୍ଷ୍ମଣ ମେହେର। ବର୍ତ୍ତମାନ ଶ୍ରୀ ମେହେରଙ୍କ ସ୍ତ୍ରୀ ରୀନା ମେହେର ଦେଓଗାଁ ବ୍ଲକ ଅଧ୍ୟକ୍ଷା। ଗତ ନିର୍ବାଚନରେ ସମୀକରଣ ଓଲଟପାଲଟ ହେଇଗଲା। କଂଗ୍ରେସ ଓ ବିଧାୟକ ଶ୍ରୀ ମିଶ୍ରଙ୍କୁ ଛାଡି ବିଜେଡି ମୁହାଁ ହୋଇଥିଲେ ପତି-ପତ୍ନୀ(ମେହେର ଦମ୍ପତି)। ନିର୍ବାଚନରେ ବିଧାୟକ ଭାବେ ବିଜୟୀ ହେବା ପରେ ସେମାନଙ୍କୁ ପାନେ ଦେବାକୁ ସୁଯୋଗ ଉଣ୍ଡୁଥିଲେ ବିଧାୟକଙ୍କ ଅନୁଗତ। ବିଭିନ୍ନ ପ୍ରସଙ୍ଗରେ ବ୍ଲକ ତଥା ବିଡିସିସି ବ୍ୟାଙ୍କକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ହରଡଘଣାରେ ବିଧାୟକ ପକାଇଥିବା ବେଳେ ନିକଟରେ ବନ୍ୟା କ୍ଷୟକ୍ଷତି ବାବଦ ଟଙ୍କା ପଡିଥିବା ଓ କାମ ହେଉ ନଥିବାରୁ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମେହେର ଓ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ, ସଭ୍ୟା ଧାରଣା ଦେଇଥିଲେ ବ୍ଲକ ସମ୍ମୁଖରେ। ସେହିପରି ବିଡିସିସି ବ୍ୟାଙ୍କର ସ୍ୱତନ୍ତ୍ର ଅଡିଟ୍‍ କରାଯାଇଥିଲା। ପୂର୍ବ ସଭାପତି ଶ୍ରୀ ମେହେରଙ୍କ ସହ ଅନ୍ୟ ନିର୍ଦ୍ଦେଶକମାନେ ଅଧିକ ଟଙ୍କା ନେଇଥିବା ଦର୍ଶାଇ ସେମାନେ ଫେରାଇବାକୁ ରିପୋର୍ଟ ହୋଇଥିଲା। ବ୍ୟାଙ୍କ ଅର୍ଥ ହେରଫେର କରିଥିବା ଅଭିଯୋଗ ନେଇ କଂଗ୍ରେସ ସେବା ଦଳ ବି ଧାରଣା ଦେଇଥିଲା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ। ଆଉ ଏବେ ବିଧାୟକଙ୍କ ଏହି ଚିଠି ସାମ୍ନାକୁ ଆସିବା ପରେ ବେଶ ଚର୍ଚ୍ଚା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories