www.samajalive.in
Saturday, December 6, 2025
23.1 C
Bhubaneswar

ଚାଉଳ ଶୁଖା ଆଶ୍ରମ ସ୍କୁଲକୁ ସମିତି ସଭ୍ୟଙ୍କ ପରିଦର୍ଶନ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଚାଉଳସୁଖା ଗ୍ରାମ ପଂଚାୟତର ଚାଉଳଉଖା ଗ୍ରାମରେ ଦେଶରେ ସମ୍ବିଧାନ ଲାଗୁ ହେବା ପର ଠାରୁ, ୧୯୫୦ ମସିହାରେ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ ବିଦ୍ୟାଳୟ ପ୍ରତିଷ୍ଠା ହେଇଥିଲା । ଆଜି ଚଉଳସୁଖା ସମିତିସଭ୍ୟଗିରି ସିଂ ମାଝି, ସ୍କୁଲ ପରିଦର୍ଶନରେ ଯାଇ ଦେଖିଲେ, ବିଦ୍ୟାଳୟ ରେ ଅନେକ ପ୍ରକାର ଅସୁବିଧା ଏବଂ ସମସ୍ୟା ଦେଇ ଗତି କରୁଛି । ଏତେ ପୁରୁଣା ଆଶ୍ରମ ବିଦ୍ୟାଳୟ ହେଲେ ମଧ୍ୟଏଠାରେ ୨୪୪ ଛାତ୍ର ଛାତ୍ରୀପାଠ ପଢୁଛନ୍ତି, ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପର୍ୟନ୍ତ ଛାତ୍ର ଛାତ୍ରୀ ପାଠ ପଢୁ ଥିବା ବେଳେ,୯୬ଜଣ ଅନ୍ତେବାସିନୀ ଛାତ୍ରୀ ହଷ୍ଟେଲ ରହୁଥିବା ବେଳେ, ମାତ୍ର ୩ଜଣ ଶିକ୍ଷକ, ଶିକ୍ଷୟତ୍ରୀରେ ଚାଲିଛି ଆଶ୍ରମ ବିଦ୍ୟାଳୟ । ଏହା ଅତି ଦୁଃଖର ବିଷୟ ଅଟେ । ଏଭଳି ଶିକ୍ଷକ ସମସ୍ୟାରେ ଛାତ୍ର ଛାତ୍ରୀ ପଢିବେ କଣ,ଯେଉଁ ତିନି ଜଣ ଅଛନ୍ତି ସେମାନେ ଅଫିସ କାର୍ୟ୍ୟ ରେ ବ୍ୟସ୍ତ ରହୁଛନ୍ତି । ପ୍ରଶାସନ ଅତିଶୀଘ୍ର ଦୃଷ୍ଟି ଦେଇ, ଉଚିତ ପଦକ୍ଷେପ ନେବା ସହିତ ଅଧିକ ଶିକ୍ଷକ ଦେବାକୁ ସମିତି ସଭ୍ୟ ଗିରିସିଂ ମାଝି ଦୃଢ଼ ଦାବୀ ଜଣାଇଛନ୍ତି । ନଚେତ ଆଗାମୀ ଦିନରେ ଆନ୍ଦୋଳନ କରି ଧାରଣାରେ ବସିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories