www.samajalive.in
Sunday, December 7, 2025
14.1 C
Bhubaneswar

କେଉଁଠୁ ଲଢିବେ ଧର୍ମେନ୍ଦ୍ର-ସମ୍ବଲପୁର ବା ଢେଙ୍କାନାଳ ସଂସଦୀୟ କ୍ଷେତ୍ରରୁ ଲଢ଼ିବା ନେଇ 

ଛେଣ୍ଡିପଦା : ଛେଣ୍ଡିପଦା ଗସ୍ତରେ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ଗସ୍ତରେ ଆସି ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗକୁ ଗ୍ରହଣ କରି ଆଲୋଚନା କରିଥିଲେ।

ମନ୍ତ୍ରୀ ଶ୍ରୀ ପ୍ରଧାନ ଅପରାହ୍ନରେ ବାଗଡ଼ିଆ ଠାରେ ରାଜ୍ୟସ୍ତରୀୟ କ୍ରିକେଟ ଖେଳର ଉଦଯାପନୀ ଉତ୍ସବରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ଥିଲେ ହେଁ ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଛେଣ୍ଡିପଦା ବିଜେପି କାର୍ଯ୍ୟାଳୟରେ ପହଁଞ୍ଚି ପ୍ରଥମେ ଛେଣ୍ଡିପଦା ବ୍ଳକର କର୍ମଜୀବୀ ସାମ୍ବାଦିକ ସଂଘର ପ୍ରତିନିଧିଙ୍କ ସହ ଆଲୋଚନା କାଳରେ ସମ୍ବଲପୁର ବା ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ିବା ପାଇଁ ଦଳକୁ ଅବଗତ କରିଥିବା ସୂଚନା ଦେଇଥିଲେ। ତେବେ ଦଳ ଯାହା ନିଷ୍ପତ୍ତି ନେବ, ସେ ତାହା ମାନିବେ ବୋଲି ଦର୍ଶାଇଥିଲେ। ଏପରିକି ରାଜ୍ୟସ୍ତରୀୟ କ୍ରିକେଟ ସଭାରେ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ନିର୍ବାଚନ ଲଢ଼ିବା ସମ୍ଭାବନା ରହିଛି ବୋଲି ସେଠାରେ ପ୍ରକାଶ କରିଥିଲେ। ଯାହାକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ପରେ ଛେଣ୍ଡିପଦା ଉଚ୍ଚବିଦ୍ୟାଳୟରେ ଚଳିତ ମାସରେ ହେବାକୁ ଥିବା ପ୍ଲାଟିନମ ଜୁବୁଲି କମିଟିର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଏଥିରେ ରାଜ୍ୟପାଳଙ୍କ ଯୋଗଦାନ ପାଇଁ ଚେଷ୍ଟା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ। ଜୁବୁଲି କମିଟିର ସଭାପତି ଅଶୋକ କୁମାର ପ୍ରଧାନଙ୍କ ନେତୃତ୍ୱରେ ସମ୍ପାଦକ ରାଜକିଶୋର ସାହୁ,ଗଣେଶ୍ୱର ପ୍ରଧାନ,ପ୍ରମୋଦ କୁମାର ଦେହୁରୀ, ଦଣ୍ଡଧର ଦେହୁରୀ,କୋଷାଧ୍ୟକ୍ଷ ଗୋବିନ୍ଦ ପ୍ରଧାନଙ୍କ ସମେତ ରବୀନ୍ଦ୍ର ସେଠୀ,ସତ୍ୟବାଦୀ ପ୍ରଧାନ ପ୍ରମୁଖ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ଆଲୋଚନା କରିଥିଲେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories