www.samajalive.in
Wednesday, December 10, 2025
23.1 C
Bhubaneswar

ସମାଜ ପ୍ରଭାବ: ଦିବ୍ୟାଙ୍ଗ ହ୍ୱିଲ୍‍ ଚେୟାର କ୍ରିକେଟ ଖେଳାଳୀ ଗଣେଶଙ୍କୁ ଭେଟିଲେ ବିନୋଦ

ପାଟଣା: ଗତ ୨୯ ତାରିଖ ଦୈନିକ ଖବର କାଗଜ ‘ସମାଜ’ରେ ଦିଲ୍ଲୀରେ କ୍ରିକେଟ ଖେଳିବେ ଦିବ୍ୟାଙ୍ଗ ଗଣେଶ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏହାପରେ ସାହାରପଡା ବ୍ଲକ ବାଲିପଶିର ଏହି ଦିବ୍ୟାଙ୍ଗ ହ୍ୱିଲ୍‍ ଚେୟାର କ୍ରିକେଟ ଖେଳାଳୀ ଗଣେଶ ପାତ୍ରଙ୍କୁ ପାଟଣା ନିର୍ବାଚନ ମଣ୍ଡଳୀରେ ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ ଗତକାଲି ଭେଟି ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇବା ସହ ଗଣେଶ ପାଟଣା ନିର୍ବାଚନ ମଣ୍ଡଳୀର ଗୌରବ ବୋଲି କହିଛନ୍ତି। ଦିବ୍ୟାଙ୍ଗ କ୍ରିକେଟ କଂଟ୍ରୋଲ ବୋର୍ଡ ପକ୍ଷରୁ ନୂଆଦିଲ୍ଲୀଠାରେ ଡିସେମ୍ବର ୧୦ ଓ ୧୧ ରେ ଅନୁଷ୍ଠିତ ହ୍ୱିଲ୍‍ ଚେୟାର କ୍ରିକେଟରେ ଗଣେଶ ପାତ୍ର ଖେଳିବାକୁ ଯାଉଥିବା ଏହି ଖବର କାଗଜରେ ପ୍ରକାଶ ପାଇଥିଲା । ଗଣେଶ ଜଣେ ଆର୍ଥିକ ଅନଗ୍ରସର ପରିବାରର ସଦସ୍ୟ ହୋଇଥିବାରୁ ଦିଲ୍ଲୀ ଗସ୍ତ ପାଇଁ ବିନୋଦ ତାଙ୍କୁ ଏକ ହଜାର ଟଙ୍କା ସହାୟତା ଦେଇଥିବା ଜଣାପଡିଛି ।

Hot this week

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

Related Articles

Popular Categories