www.samajalive.in
Wednesday, December 10, 2025
23.1 C
Bhubaneswar

ଲକଡାଉନ ସତ୍ତ୍ୱେ ଜୋରସୋର ଚାଲିଛି ଗହମ ଅମଳ

ସମାଜ ପୋର୍ଟାଲ ଡେସ୍କ: କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ସମଗ୍ର ଭାରତରେ ଲକଡାଉନ ବ୍ୟବସ୍ଥା ଲାଗୁ ହୋଇଥିଲେ ମଧ୍ୟ ଗହମ ଅମଳ କାମ ଜୋରସୋରରେ ଚାଲିଛି। ଶ୍ରମିକ ଓ ଚାଷୀମାନେ ଫସଲ କାଟିବା ଓ ଅମଳ କାମ କରୁଛନ୍ତି। କରୋନା ଭୂତାଣୁ ସଂକ୍ରମଣ ଚାଷୀ ଓ କୃଷି କର୍ମଚାରୀଙ୍କୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଜାରି କରିଥିବା ନିର୍ଦ୍ଦେଶାବଳୀକୁ ସବୁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ୟ୍ୟକାରୀ କରାଯାଉଛି ।

ବିଭିନ୍ନ ରାଜ୍ୟରୁ ମିଳିଥିବା ତଥ୍ୟ ଅନୁସାରେ ମଧ୍ୟପ୍ରଦେଶରେ ୯୮ରୁ ୯୯ ଭାଗ ଗହମ ଅମଳ ସାରିଥିବା ବେଳେ ରାଜସ୍ଥାନରେ ୯୨ରୁ ୯୫%, ଉତ୍ତରପ୍ରଦେଶରେ ୮୫ରୁ ୮୮%, ହରିୟାଣାରେ ୫୫ରୁ ୬୦%, ପଞ୍ଜାବରେ ୬୦ରୁ ୬୫ ଏବଂ ଅନ୍ୟାନ୍ୟ ରାଜ୍ୟରେ ୮୭ ରୁ ୮୮% ଗହମ ଅମଳ ସରିଛି। ଅନ୍ୟ ପକ୍ଷରେ ସର୍ବନିମ୍ନ ସହାୟକ ମୂଲ୍ୟ ଭିତ୍ତିରେ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ରାଜସ୍ଥାନ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ହରିୟାଣାରେ ଚାଷୀଙ୍କଠାରୁ ଡାଲି ଓ ତୈଳବୀଜ ସଂଗ୍ରହ କାର୍ୟ୍ୟ ଚାଲିଛି । ଆନ୍ଧ୍ର, ତେଲଙ୍ଗାନା, ରାଜସ୍ଥାନ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରୁ ୭୨,୪୧୫.୮୨ ମେଟ୍ରିକ ଟନ ବୁଟ ଓ ଚଣା ଜାତୀୟ ଫସଲ ସଂଗୃହୀତ ହୋଇଛି । ସେହିଭଳି ତାମିଲନାଡୁ, ତେଲଙ୍ଗନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜରାଟ ଓ ଓଡିଶାରୁ ୧,୨୦,୦୨୩.୨୯ ମେଟ୍ରିକ ଟନ ହରଡ ଡାଲି ସଂଗୃହୀତ ହୋଇଛି । ଏହି ସମୟରେ ରାଜସ୍ଥାନ, ଉତ୍ତରପ୍ରଦେଶ ଓ ହରିୟାଣାରୁ ୧,୮୩,୪୦୦.୮୭ ମେଟ୍ରିକ ଟନ ସୋରିଷ ସଂଗ୍ରହ କରଯାଇଛି ।

Hot this week

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

Related Articles

Popular Categories