www.samajalive.in
Saturday, December 6, 2025
14.1 C
Bhubaneswar

ହ୍ବାଟ୍ସଆପ୍‌ରେ ନୂଆ ଅପ୍‌ଡେଟ୍‌ ଆଣୁଛି ମେଟା, ଏଆଇ ସହ ମିଳିବ ବ୍ଲୁ ଟିକ୍‌

ସମାଜ ଡିଜିଟାଲ ଡେସ୍କ: ଯଦି ଆପଣ ହ୍ବାଟ୍ସଆପ୍‌ ବିଜ୍‌ନେସ୍‌ ଆକାଉଣ୍ଟ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଭଲ ଖବର। ହ୍ବାଟ୍ସଆପ୍‌ ବିଜ୍‌ନେସ୍‌ ଆକାଉଣ୍ଟ ପାଇଁ କମ୍ପାନୀ କୃତ୍ରିମ ବୁଦ୍ଧିମତା(ଏଆଇ) ସପୋର୍ଟ ଆଣୁଛି। ଏହା ବ୍ୟତୀତ କମ୍ପାନୀ ବ୍ଲୁ ଟିକ୍‌ ମଧ୍ୟ ପ୍ରଦାନ କରୁଛି। ଏହି ଦୁଇ ଫିଚରକୁ ପ୍ରଥମେ ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ଜାରି କରାଯିବ। ହ୍ବାଟ୍ସଆପ୍‌ ବିଜ୍‌ନେସ୍‌ ଆକାଉଣ୍ଟ ପାଇଁ କଲ୍ ସପୋର୍ଟ ଫିଚର ମଧ୍ୟ ଆଣୁଛି କମ୍ପାନୀ।

ମେଟା କିଛିଦିନ ପୂର୍ବରୁ ଏହାର ଏଆଇ ମଡେଲ Llama-3 AIକୁ ହ୍ବାଟ୍ସଆପ୍‌ ପାଇଁ ରିଲିଜ୍ କରିଛି, ଯାହା ବର୍ତ୍ତମାନ କେବଳ କିଛି ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ ରହିଛି। ଏହି ଟୁଲ୍‌ ଚାଟ୍‌ ଜିପିଟି ଭଳି କାମ କରୁଛି। ଏହାକୁ ଆପଣ ଅନେକ ପ୍ରଶ୍ନ ପଚାରିପାରିବେ। ଏହା ବ୍ୟତୀତ ଏହା ସାହାଯ୍ୟରେ ଆପଣ ଏଆଇ ଫଟୋ ମଧ୍ୟ ତିଆରି କରିପାରିବେ। ସମ୍ପ୍ରତି ଏହି ଫିଚର୍‌ ଭାରତ ଏବଂ ସିଙ୍ଗାପୁରରେ ରିଲିଜ୍‌ କରାଯାଉଛି ଏବଂ ଶୀଘ୍ର ବ୍ରାଜିଲରେ ରିଲିଜ୍‌ ହେବ। ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ପରେ ଏବେ ହ୍ବାଟ୍ସଆପ୍ ବ୍ୟବହାରକାରୀଙ୍କୁ ମଧ୍ୟ ବ୍ଲୁ ଟିକ୍ ମିଳିବ। ତେବେ ଏହା କେବଳ ହ୍ବାଟ୍ସଆପ୍ ବିଜ୍‌ନେସ୍‌ ଆକାଉଣ୍ଟ ପାଇଁ ଉପଲବ୍ଧ ହେବ। ଏହି ବ୍ଲୁ ଟିକ୍‌ ପ୍ରୋଫାଇଲ୍‌ ନାମ ସହିତ ଦେଖାଯିବ। ଏହି ବ୍ଲୁ ଟିକ୍ ମାଧ୍ୟମରେ ବ୍ରାଣ୍ଡ ନକଲି କିମ୍ବା ଅସଲି ବୋଲି ଚିହ୍ନଟ କରାଯାଇ ପାରିବ। ସମ୍ପ୍ରତି ବ୍ଲୁ ଟିକ୍ ହ୍ବାଟ୍ସଆପ୍ ଚ୍ୟାନେଲରେ ଦୃଶ୍ୟମାନ ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories