ନ୍ୟୁୟର୍କ ..- ସାରା ବିଶ୍ୱରେ କିଛି ସମୟ ପାଇଁ ହ୍ୱାଟସ୍ଆପ୍ ସର୍ଭର ଧୀର ହୋଇଯାଇଥିଲା । ଏଥିଯୋଗୁଁ ହ୍ୱାଟସ୍ଆପ୍ ବ୍ୟବହାରକାରୀମାନେ ସନ୍ଦେଶ ପଠାଇ ପାରି ନ ଥିଲେ । ମଙ୍ଗଳବାର ରାତିରେ ଏପରି ହୋଇଥିଲା । ହେଲେ ଏ ବିଷୟରେ ହ୍ୱାଟସ୍ଆପ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ । ହ୍ୱାଟସ୍ଆପ୍ ଉଭୟ ଆଇଓଏସ୍ ଓ ଆଣ୍ଟ୍ରଏଡ୍ରେ ଧୀର ହୋଇଯାଇଥିଲା ।
ଡାଉନ୍ଡିକ୍ଟେଟର.କମ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି । କିଛି ଘଣ୍ଟା ପାଇଁ ସାରା ବିଶ୍ୱରେ ଏହି ସମସ୍ୟା ଦେଖାଦେଇଥିଲା । ଏହାର ଗୋଟିଏ ଦିନ ପୂର୍ବରୁ ହ୍ୱାଟସ୍ଆପ୍ ସାରା ବିଶ୍ୱରେ କେବଳ ୬ ଜଣଙ୍କୁ ଗୋଟିଏ ସନ୍ଦେଶ ଫରଓ୍ୱାର୍ଡ କରିହେବ ବୋଲି ଘୋଷଣା କରିଥିଲା । ପୂର୍ବରୁ ଏପରି ବ୍ୟବସ୍ଥା ଭାରତରେ ଲାଗୁ କରାଯାଇଛି । ମିଛ ଖବର ପ୍ରସାରଣକୁ ରୋକିବା ପାଇଁ ହ୍ୱାଟସ୍ଆପ୍ ଏହି ପଦକ୍ଷେପ ଗ୍ରହଣ କରିଛି ।



