ନୂଆଦିଲ୍ଲୀ : ଅସୁସ୍ଥତା କାରଣରୁ ଆମେରିକାରେ ଚିକିତ୍ସିତ ଅରୁଣ ଜେଟଲୀଙ୍କୁ ଅର୍ଥମନ୍ତ୍ରାଳୟରୁ କାଢି ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏହାସହ ପିୟୁଷ ଗୋଏଲ ରେଳ ଓ କୋଇଲା ଦାୟିତ୍ୱ ମଧ୍ୟ ସମ୍ପାଦନ କରିବେ। ଏ ନେଇ ବୁଧବାର ପ୍ରଧାନମନ୍ତ୍ରୀ କାର୍ଯ୍ୟଳୟରୁ ଅସ୍ଥାୟୀ ଅର୍ଥମନ୍ତ୍ରୀ ନିଯୁକ୍ତି ଦିଆଯାଇଛି। ଅରୁଣ ଜେଟଲି ସୁସ୍ଥ ହୋଇ ଫେରିବା ପର୍ଯ୍ୟନ୍ତ ଗୋଏଲ ଏହି ପଦରେ ରହିବେ।
ମିଳିଥିବା ସୂଚନା ଅନୁସାରେ ଫେବୃଆରୀ ୧ରେ କେନ୍ଦ୍ର ସରକାର ଅନ୍ତରୀଣ ବଜେଟ ପିୟୁଷ ଗୋଏଲ ଉପସ୍ଥାପନ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ଗତ ରବିବାର ଜେଟଲି କିଡନୀ ପ୍ରତିରୋପଣ ଚେକ କରିବାକୁ ଆମେରିକା ଯାଇଛନ୍ତି।
ପିୟୁଷ ଗୋଏଲଙ୍କୁ ଅର୍ଥମନ୍ତ୍ରାଳୟ ଅତିରିକ୍ତ ଦାୟିତ୍ୱ
Popular Categories



