www.samajalive.in
Monday, December 15, 2025
15.1 C
Bhubaneswar

ମୁମ୍ବଇ ଆକ୍ରମଣ ପରେ ହେଡ୍‌ଲିକୁ ଫୋନ କରି କ’ଣ କହିଥିଲା ରାଣା ?

ସମାଜ ଡିଜିଟାଲ ଡେସ୍କ: ୨୬/୧୧ ମୁମ୍ବଇ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ତାହାଓ୍ବର ହୁସେନ ରାଣାକୁ ଆମେରିକା ଭାରତକୁ ପ୍ରତ୍ୟର୍ପଣ କରିବା ପରେ ତା’କୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଗିରଫ କରିଛି। ୨୦୦୮ରେ ଘଟିଥିବା ଏହି ଆକ୍ରମଣରେ ୧୬୬ ଜଣଙ୍କ ଜୀବନ ଯାଇଥିଲା। ଘଟଣାର ୫ ଦିନ ପୂର୍ବରୁ ରାଣା ଭାରତ ଆସି ଆକ୍ରମଣର ଯୋଜନା ପ୍ରସ୍ତୁତ କରିଥିଲା। ଆକ୍ରମଣ ପରେ ରାଣା ଘଟଣାର ଅନ୍ୟତମ ମାଷ୍ଟରମାଇଣ୍ଡ ଡେଭିଡ କୋଲମ୍ୟାନ ହେଡ୍‌ଲିକୁ ଫୋନ କରିଥିଲା। ଆକ୍ରମଣ ପୂର୍ବରୁ ଏବଂ ପରେ ହେଡଲି ସହିତ ରାଣା ବହୁବାର ଯୋଗାଯୋଗରେ ଥିଲା। ଉଭୟେ ପିଲାଦିନର ସାଙ୍ଗ ଥିଲେ। ଆକ୍ରମଣ ପରେ ରାଣା ଫୋନ କରି ହେଡଲିକୁ ଭାରତ ବିରୋଧରେ ଯାହା କହିଥିଲା ତାହା ଏବେ ସାମ୍ନାକୁ ଆସିଛି।

ଆମେରିକା ନ୍ୟାୟ ବିଭାଗ ଦ୍ଵାରା ଜାରି ଏକ ବିବୃତି ଅନୁସାରେ, ହେଡଲିକୁ ଫୋନ କରି ରାଣା କହିଥିଲା ‘ଇଣ୍ଡିଆନ୍‌ସ ଡିଜର୍ଭଡ୍‌ ଇଟ୍‌’। ଅର୍ଥାତ ଏପରି ବର୍ବର ଆକ୍ରମଣ ପାଇଁ ଭାରତୀୟମାନେ ଯୋଗ୍ୟ। ସେମାନଙ୍କୁ ଏହିପରି ଆକ୍ରମଣ ଦରକାର। ଏହା ସହିତ ଆକ୍ରମଣରେ ନିହତ ହୋଇଥିବା ୯ ଲଶ୍କର ଆତଙ୍କବାଦୀଙ୍କୁ ରାଣା ପ୍ରଶଂସା ବି କରିଥିଲା। ସେମାନଙ୍କୁ ପାକିସ୍ତାନର ସର୍ବୋଚ୍ଚ ସାମରିକ ସମ୍ମାନ ‘ନିଶାନ ଇ ହାଇଦର’ରେ ସମ୍ମାନିତ କରାଯିବା ଉଚିତ ବୋଲି ରାଣା କହିଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories