www.samajalive.in
Sunday, December 14, 2025
17.1 C
Bhubaneswar

ରାଷ୍ଟ୍ରପତିଙ୍କ ପାଇଁ କ’ଣ ଥାଏ ସ୍ୱତନ୍ତ୍ର ବ୍ୟବସ୍ଥା ? ଜାଣନ୍ତୁ ସର୍ବୋଚ୍ଚ ଆସନ ବିଷୟରେ କିଛି ଅଜଣା କଥା

ନୂଆଦିଲ୍ଲୀ: ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ତାଙ୍କର ଏହି ବିଜୟ ଭାରତ ପାଇଁ ଇତିହାସ ସୃଷ୍ଟି କରିଛି । ପ୍ରଥମ ଥର ପାଇଁ ଦେଶ ପାଇଛି ଆଦିବାସୀ ମହିଳା ରାଷ୍ଟ୍ରପତି । ଆଜି ଆମେ ଆପଣଙ୍କୁ ରାଷ୍ଟ୍ରପତିଙ୍କ ବିଷୟରେ ଏପରି କିଛି କହିବାକୁ ଯାଉଛୁ, ଯାହା ବିଷୟରେ ଲୋକମାନେ ପ୍ରାୟ ଅଧିକ ଜାଣିନଥାନ୍ତି । ସମସ୍ତେ ଜାଣନ୍ତି ରାଷ୍ଟ୍ରପତିଙ୍କୁ ଦେଶର ପ୍ରଥମ ନାଗରିକ କୁହାଯାଏ । ତାହା ସହିତ ଭାରତର ରାଷ୍ଟ୍ରପତି ହେଉଛନ୍ତି ଦେଶର ତିନି ସେନା ଅର୍ଥାତ୍ ବାୟୁ ସେନା, ନୌ ସେନା ଓ ସ୍ଥଳ ସେନାର ସର୍ବୋଚ୍ଚ କମାଣ୍ଡର । ତାହା ସହ ରାଷ୍ଟ୍ରପତି ହେଉଛନ୍ତି ଦେଶର ସରକାରଙ୍କ ପ୍ରତିନିଧି ।

ଯେହେତୁ ଏହି ଆସନ ଦେଶର ସର୍ବୋଚ୍ଚ ଆସନ । ତେଣୁ ଏହି ଆସନରେ ଅଳଙ୍କୃତ ହୋଇଥିବା ବ୍ୟକ୍ତିଙ୍କୁ ବିଶେଷ ଦରମା ଓ ସୁବିଧା ପ୍ରଦାନ କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ରାଷ୍ଟ୍ରପତି କେତେ ଦରମା ପାଇଥାନ୍ତି ? ଭାରତର ରାଷ୍ଟ୍ରପତି ରାଇସିନା ହିଲ୍ସରେ ଥିବା ରାଷ୍ଟ୍ରପତି ଭବନରେ ରୁହନ୍ତି । ଏହି ଭବନ ୪ ମହଲା ବିଶିଷ୍ଟ । ଏଥିରେ ମୋଟ୍ ୩୪୦ଟି କୋଠରି ରହିଛି । ଏହି ଭବନ ପ୍ରାୟ ଅଢ଼େଇ କିଲୋ ମିଟରରେ ହୋଇଥିବା ବେଳେ ୧୯୦ ଏକର ଉପରେ ଏକ ବିଶାଳ ଉଦ୍ୟାନ ଅଛି । ଯେଉଁଠାରେ ପୃଥିବୀର ବିଭିନ୍ନ ସ୍ଥାନର ଫୁଲ ଦେଖାଯାଏ |

- Advertisement -

ରିପୋର୍ଟ ଅନୁଯାୟୀ ଦେଶର ରାଷ୍ଟ୍ରପତିଙ୍କୁ ପାଞ୍ଚ ଜଣିଆ ସଚିବ କର୍ମଚାରୀ ପ୍ରଦାନ କରାଯାଇଥାଏ । ତାହା ସହିତ ଅନ୍ୟ ୨ଶହ ଜଣ କର୍ମଚାରୀ ଭବନର ରକ୍ଷଣାବେକ୍ଷଣ ପାଇଁ ନିୟୋଜିତ ରହିଥାନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଭାରତ ସରକାର ପ୍ରତିବର୍ଷ ରାଷ୍ଟ୍ରପତିଙ୍କ ରହଣି ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ପ୍ରାୟ ୨.୨୫ କୋଟି ଟଙ୍କା ଖର୍ଚ୍ଚ କରନ୍ତି । ସେହିପରି ରାଷ୍ଟ୍ରପତି ପ୍ରତିମାସରେ ବେତନ ହିସାବରେ ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା ପାଇଥାନ୍ତି ।

ଖାଲି ସେତିକି ନୁହେଁ ରାଷ୍ଟ୍ରପତିଙ୍କୁ ଅନ୍ୟାନ୍ୟ ସୁବିଧା ମଧ୍ୟ ଦିଆଯାଇଥାଏ । ବିଦେଶ ଯାତ୍ରାଠୁ ଆରମ୍ଭ କରି ସ୍ୱତନ୍ତ୍ର ଚିକିତ୍ସା, ଘର ପରି ବ୍ୟବସ୍ଥା କରାଯାଇଥାଏ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories